ଅପଗ୍ରେଡ଼େଡ଼୍ ହେଲା ନୁଆରମ୍ପାସ ପ୍ରାଥମିକ ବିଦ୍ୟାଳୟ, ଗ୍ରାମରେ ଖୁସିର ଲହରି

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତ ନୁଆରମ୍ପାସ ପ୍ରାଥମିକ ବିଦ୍ୟାଳୟକୁ ଅପଗ୍ରେଡ଼େଡ଼୍ ହେବା ପରେ ଗ୍ରାମରେ ଖୁସିର ଲହରି ଖେଳିଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାଇ ଏହି ଗ୍ରାମରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନଥିଲା। ଗ୍ରାମରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ୧୯୮୯ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖୋଲାଯାଇ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଥିଲା। ସରକାରଙ୍କ ଗାଇଡ଼ଲାଇନ ଅନୁଯାଇ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନୁତନ ଶିକ୍ଷକ ନିଯୁକ୍ତି ନଥିବାରୁ ଏହି ବିଦ୍ୟାଳୟର ଶିକ୍ଷକମାନଙ୍କ ଅବସର ପରେ ସ୍କୁଲଟି ବନ୍ଦ ହୋଇଯାଇଥିଲା। ଫଳରେ ଏଠାରେ ଶିକ୍ଷାଦାନ କରୁଥିବା ୪୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବଡ଼ରମ୍ଫାସ ସ୍କୁଲକୁ ପଳାଇଥିଲେ। ଏପରିକି କିଛି ଛାତ୍ରଛାତ୍ରୀ ପାଠପଢା ମଧ୍ୟ ଛାଡି ଦେଇଥିଲେ। ଏନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ସହିତ ବଡ଼ରମ୍ପାସ ସରପଞ୍ଚ ରବିନ୍ଦ୍ର ଜେନାଙ୍କ ଉଦ୍ୟମକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ, ଘସିପୁରା ବିଧାୟକ, ଆନନ୍ଦପୁର ବିଧାୟକ ପ୍ରମୁଖଙ୍କୁ ଭେଟି ଗୁହାରୀ ଜଣାଇଥିଲେ। ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅନୁଧ୍ୟାନ କରାଯିବା ପରେ ରାଜ୍ୟର ଏପରି ୫୬ଟି ବିଦ୍ୟାଳୟ ମଧ୍ୟରୁ ୩ଟି ସ୍କୁଲକୁ ଅପଗ୍ରେଡଡ କରାଯାଇଛି। ଫଳରେ ଏବେ ପ୍ରାଥମିକ ବିଦ୍ୟାଳୟର ଅପଗ୍ରେଡ଼ଡ ହେବାପରେ ୧ମରୁ ୮ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏବେ ଗାଁ ସ୍କୁଲରେ ଶିକ୍ଷାଲାଭ କରିପାରିବେ। ଏଥିପାଇଁ ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି ଅଭୟ ସେନାପତି, ଶିକ୍ଷାବିତ ମଧୁସୁଦନ ରାଉତ, ସୁଶାନ୍ତ କୁମାର ସେନାପତି, ସୁଶାନ୍ତ କୁମାର ନାୟକ, ମହେଶ୍ୱର ସୁତାର, ଶେଷଦେବ ସାହୁ, ବାବନ ଚ଼ରଣ ସେଠୀ, ଅଲେଖ ପାତ୍ର, ବିଶେଶ୍ଵର ସୁତାର, ରମେଶ ସେନାପତି, ପରମାନନ୍ଦ ସେନାପତି, ନିରାକାର ସେଠୀ, ଦୀପକ କୁମାର ରାଉତଙ୍କ ସମେତ ଅନେକ ଗ୍ରାମବାସୀ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ଜେନା, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ ଥିବାରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ