ଅପମାନ ଭୟରେ ଗଣମାଧ୍ୟମଙ୍କ ପ୍ରବେଶ ନିଷେଧ ବାଲାକୋଟ୍ରେ ସଢ଼ୁଛି ଆତଙ୍କୀଙ୍କ ଗଳିତମୃତଦେହ

ଇସଲାମାବାଦ୍(ଏଜେନ୍ସି): ପୁଲୱାମା ଆକ୍ରମଣ ପରେ ପରେ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋର୍ଟ ଅଞ୍ଚଳରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ମୃତାହତ ଆତଙ୍କବାଦୀଙ୍କ ମୃତଦେହ ଏଯାବତ୍ ସେଠାରେ ପଡିରହିଛି । ଗୋଟିଏ ପଟେ ଅପମାନ ଭୟରେ ଉକ୍ତ ଅଞ୍ଚଳକୁ ସ୍ୱଦେଶ ତଥା ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ପାକ୍ ସରକାର ନିଷେଶାଧେଶ ଜାରି କରିଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କ ମୃତଦେହଗୁଡିକୁ ଉଦ୍ଧାର କରିବାକୁ ମଧ୍ୟ ଚେଷ୍ଟା କରିନାହିଁ । ଏମିତି ଏକ ଅଶୋଭନୀୟ ସୂଚନା ଏବେ ଭାରତ ସରକାରଙ୍କ ହସ୍ତଗତ ହୋଇଛି । ମୃତ ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନର ହୋଇଥିବା ବେଳେ ପାକ୍ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ରହିଛି । ସୁତରାଂ ପାକ୍ ସରକାର ଆତଙ୍କବାଦୀଙ୍କ ମୃତାଦେହଗୁଡିକୁ ଉଦ୍ଧାର କରିବାକୁ ମଧ୍ୟ ଭୟକରୁଛି । ସେଠରେ ସାମାନ୍ୟତମ କାର୍ଯ୍ୟକଳାପ ପାକ୍ ସରକାରଙ୍କ ସହ ଆତଙ୍କବାଦୀଙ୍କ ମଧୁଚନ୍ଦ୍ରିକାକୁ କାଳେ ପ୍ରମାଣିତ କରିବ ସେନେଇ ପାକ୍ ପ୍ରଶାସନ ଏସବୁୂ କରିବାରୁ ଦୂରେଇ ରହିବାକୁ ଉଚିତ୍ ମଣିଛି । ଏଥିସହ ବାଲାକୋଟ୍ର କ୍ଷତିଗ୍ରସ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପାକ୍ ସେନା ପକ୍ଷରୁ ରୋକ୍ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ