ଅପମିଶ୍ରିତ ମୃଦୁ ପାନୀୟ ବିକ୍ରି ଅଭିଯୋଗ
ହିଂଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟରେପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ହିଂଜିଳିକାଟୁ େ;ପøରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବଜାର ଓ ଛକ ସ୍ଥାନ ମାନଙ୍କରେ ସଜେଇ ହୋଇଛି ଥଣ୍ଡା ପାନୀୟର ସମ୍ଭାର ।ବିଭିନ୍ନ ନାମୀଦାମୀ ମୃଦୁ ପାନୀୟ ସାଙ୍ଗକୁ ଲସି ଓ ସର୍ବତ ଦୋକାନରେ ଗ୍ରାହକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି ।ତାତି ବଢିବା ସାଙ୍ଗକୁ ସାଧାରଣ ଖାଉଟି ଥଣ୍ଡା ପିଇ ତୃଷା ମେଂଟାଉଥିବା ବେଳେ ବଜାରରେ ଉପଲବ୍ଧ ବିଭିନ୍ନ କିସମର ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତାକୁ ନେଇ ପ୍ରଶ୍ନ ଉଠିଛି । କେବଳ ପ୍ଲାଷ୍ଟିକ ବୋତଲରେ ନୁହେଁ ପଲିଥିନ୍ ଓ ଖୋଲାମେଲାରେ ବିକ୍ରି ହେଉଥିବା ଥଣ୍ଡାପାନୀୟ ଖାଉଟିଙ୍କ ଶୋଷ ମେଂଟାଉଥିବାରେ ସହାୟକ ହେଉଛି କି ନା ବିଷ ବାଂଟୁଛି, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛିି । ବଜାରରେ ବିଭିନ୍ନ ନାମୀଦାମୀ କମ୍ପାନୀ ପ୍ରସ୍ତୁତ ଥଣ୍ଡା ପାନୀୟ ବହୁଳ ଭାବେ କାରବାର ହେଉଛି । ତେବେ ଦାମ୍ ଦୃଷ୍ଟିରୁ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଗରିବ ଶ୍ରେଣୀର ଖାଉଟି ଏସବୁରେ ହାତ ଦେଇ ପାରୁନଥିବା ବେଳେ ବଜାରରେ ଉପଲବ୍ଧ ଶସ୍ତା ପାନୀୟ କିଣୁଛନ୍ତି । ତେବେ ଏହି ସବୁ ପାନୀୟ ପ୍ରସ୍ତୁତକାରୀ ସଂସ୍ଥା ବୈଧ ନା ନୁହେଁ ତାକୁ ନେଇ ପ୍ରଶ୍ନ ଉଠୁଛି । ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାରୁ ଗାଡ଼ି ଗାଡ଼ି ଥଣ୍ଡାପାନୀୟ ଓ ପାଣି ବିକ୍ରି ଚାଲିଛି । ଏଥି ସହିତ ସ୍ଥାନୀୟ ଅଂଚଳରେ ମଧ୍ୟ ପାନୀୟ ପ୍ରସ୍ତୁତ କରାଯାଇ ବିକ୍ରି ହେଉଛି । ତେବେ ବଜାରରେ ଉପଲବ୍ଧ ଆକକର୍ଷଣୀ ଚିକ୍ମିକ ପାନୀୟ ଖାଉଟି ବ୍ୟବହାର କରୁଥିବା ବେଳେ ବାସ୍ତବରେ ଏ ସବୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନା ନାହିଁ ପ୍ରଶାସନ ପକ୍ଷରୁ ଯାଂଚ ହେଉନି । ସ୍ଥାନୀୟ ସହରରେ ଖାଉଟି ସଚେତନତାରେ ସ୍ଥାଣୁତା ଓ ଖାଉଟି ସୁରକ୍ଷା ମଂଚ କାଗଜ କଲମରେ ଚାଲୁଥିବା ବେଳେ ବର୍ଷ ବର୍ଷ ଧରି ଖାଦ୍ୟ ନିରାପତା ଅଧିକାରୀ ମାନଙ୍କ ବ୍ୟବସ୍ତତା ଯୋଗୁଁ ବଜାର ନିୟନ୍ତ୍ରଣ ଉପରେ ନଜର ନଥିବା ଚର୍ଚ୍ଚା ହେଉଛି । ତେବେ ଭେଜାଲ ଖାଦ୍ୟ ସାମଗ୍ରୀ ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ ସଜାଗ ହେବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


