ଅପରାଧିଙ୍କୁ ମିଳିଲା ଶାସ୍ତ୍ରୀ !

ହାଇଦ୍ରାବାଦ- ଶେଷରେ ଦଣ୍ଡ ପାଇଛନ୍ତି ଦୁଷ୍ମର୍ମ କାରି ଡାକ୍ତରାଣୀ ଙ୍କ ଜୀବନ ସହିତ ଖେଳଖେଳିଥିବା ଚାରି ଅଭିଯୁକ୍ତ ଙ୍କୁ ମୃତ୍ୟଦଣ୍ଡ ଦେଉଛି ପୁଲିସ । ଏହି କାର୍ଯ୍ୟ କୁ ନେଇ ଚାରିଆଡେ ହାଇଦ୍ରାବାଦ ପୁଲିସ କୁ ସାବାସି ମୁଳୁଥିବାବେଳେ ଅଭିଯୁକ୍ତ ମାନଙ୍କୁ ଠିକ୍ ଶାସ୍ତ୍ରୀ ମିଳିଛି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି । ପୁଲିସ ଚାରି ଅଭିଯୁକ୍ତ ମାନଙ୍କୁ ଏନକାଉଂଟର କରିବାପରେ ପୁଲିସ ଉପରେ ଫୁଲ ବର୍ଷା କରିଛନ୍ତି ସାଧାରଣ ଜନତା  । ଏହାକୁ ନେଇ ଚାରିଆଡେ ଖୁସିର ମହୋଲ ଥିବାବେଳେ ଓଡିଶାରେ ମଧ୍ୟ ଏହାର ପ୍ରତିକ୍ରୟା ଦେଖିବାକୁ ମିଳିଛି । ଲୋକମାନେ ପୁଲିସ କୁ ସାବାସୀ ଦେବା ସହ ହାଇଦ୍ରାବାଦ ପଲିସକୁ ଧନ୍ୟବାଦ ଜଣାଇଛନ୍ତି । କିଛିଦିନ ଧରି ସାରା ଦେଶରେ ଏହା ବିରୋଧରେ  ସ୍ୱର ଉଠିଥିଲା । ହାଇଦ୍ରାବାଦର ମହିଳା ଡାକ୍ତର ଙ୍କୁ ଚାରି ଜଣ ଗଣଦୁଷ୍କର୍ମ କରି ପରେ ଅତି ନୃଶଂସ ଭାବେ ପୋଡିପାରିଦେଇଥିଲେ । ହାତ୍ୟକାରୀ ମାନେଥିଲେ ମହମ୍ମଦ ଆରିଫ୍‌,ଜୋଲୁନବୀନ,ଜୋଲୁ ଶିବା,ଓ ଚିନ୍ତାକୁଟ ସାଭୁଲୁ । ତେବେମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତ ମାନଙ୍କୁ ହାଇଦ୍ରାବାଦ ପୁଲିସ ଯେଉଁ ଜାଗାରେ ଏହି ଘଟଣା ଘଟିଥିଲା ସେହିଯାଗ।କୁ ନେଇ ପଚାରାଉଚରା କରୁଥିଲା । ଠିକ୍ ଏହି ସମୟରେ ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିବା ବେଳେ ଦୁଷ୍ମର୍ମକାରୀମାନେ ପୁଲିସ ଉପରକୁ ଠେଲାମାଳ କରିଥିଲେ । ତେଣୁ ବାଧ୍ୟହୋଇ ପୁଲିସ ସେମାନଙ୍କ ଉପରକୁ ଗୁଳିଚଡାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ