ଅପଷ୍ଟକ୍ସ ପକ୍ଷରୁ “ଟିବିଟି ଇଞ୍ଜିନ” ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ଅନ୍ୟତମ ଉଚ୍ଚ ରେଟିଂ ଟ୍ରେଡିଂ ଆପ୍ ଅପଷ୍ଟକ୍ସ ପକ୍ଷରୁ ଟିକ୍ ବାଏ ଟିକ୍ (ଟିବିଟି) ଡାଟାର ଶକ୍ତି ଥିବା ଉନ୍ନତ ଟ୍ରେଡିଂ ବୈଶିଷ୍ଟ୍ୟ ଉନ୍ମୋଚନ କରାଯାଇଛି । ଟିବିଟି ଇଂଜିନ୍ ଭାବେ ନାମକରଣ କରାଯାଇଥିବା ଏହି ବୈଶିଷ୍ଟ୍ୟ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଷ୍ଟକ୍ ବଜାର ବ୍ୟବସ୍ଥାରେ ଅପ୍‌ଷ୍ଟକ୍ସର ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ ।୨୦୨୪ ଜୁନ୍ ସୁ୍‌ଧା ଭାରତର ଖୁଚୁରା ନିବେଶକ ସଂଖ୍ୟା ୧୬.୨ କୋଟିକୁ ବୃଦ୍ଧି ପାଇଥିବା ବେଳେ୨୦୨୩-୨୪ ଆର୍ଥିକ ବର୍ଷରେ ଇକ୍ୱିଟି କ୍ୟାସ୍ ବର୍ଗରେ ସେମାନଙ୍କ ଅବଦାନ ୩୫.୯ ପ୍ରତିଶତ ଅବଦାନ ରହିଛି । ତେବେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏଫ୍‌ଆଣ୍ଡଓ କ୍ଷେତ୍ରରେ ମାସିକ କାରବାର ୮୭୪୦ କୋଟି ଟଙ୍କାରେ ପହଂଚିଛି । ସୀମିତ ଅର୍ଡର ଦେବା, ଅର୍ଡର କାର୍ଯ୍ୟକାରୀ ସଫଳତାରେ ଉନ୍ନତି ଆଣିବା, କ୍ଷତି କମ୍ କରିବା ଏବଂ ଅଭିଜ୍ଞଙ୍କ ଭଳି ଟ୍ରେଡିଂ କରିବାରେ ଟ୍ରେଡରମାନଙ୍କ ଲାଗି ସହାୟକ ହେବା ପାଇଁ ଅପଷ୍ଟକ୍ସ ପକ୍ଷରୁ ଟିବିଟି ଇଂଜିନର ଶୁଭାରମ୍ଭ କରାଯାଇଛି ।ସଠିକ୍ ଟ୍ରେଡିଂ କରିବାରେ ଟ୍ରେଡରଙ୍କୁ ସହଯୋଗ କରିବାର ମିସନ ଅନୁସାରେ ଏହାକୁ ଆରମ୍ଭ କରାଯାଇଛି ଏବଂ ଏହା ରିଟେଲ୍ ଟ୍ରେଡରମାନଙ୍କ ପାଖରେ ଉଚ୍ଚ ମାନର ଡାଟା ପହଂଚାଉଛି ଯାହା ପୂର୍ବରୁ କେବଳ ସଂସ୍ଥାଗତ ନିବେଶକମାନଙ୍କ ଲାଗି ସଂରକ୍ଷୀତ ରହିଥିଲ । ଅର୍ଡରକୁ ସଫଳତାର ସହ କାର୍ଯ୍ୟକାରୀ କରିବା, ରଣନୀତିରେ ଉନ୍ନତି ଆଣିବା ଏବଂ ବିପଦ ୍‌କମ୍ କରିବା ଲାଗି ଟିବିଟି ଇଂଜିନ୍ ବ୍ୟବହାରକାରୀମାନଙ୍କୁ ଶକ୍ତିଶାଳୀ ଟୁଲ୍‌ସ ଓ ସୂଚନା ପ୍ରଦାନ କରୁଛି ।ଅପଷ୍ଟକ୍ସର ସହ ପ୍ରତିଷ୍ଠାତା ଓ ସିଇଓ ରବି କୁମାର କହିଛନ୍ତି ଯେ, “ଭାରତର ଖୁଚୁରା ଟ୍ରେଡିଂ ଦୃଶ୍ୟପଟ୍ଟରେ ଉଦୟ ହେଉଥିବା ବେଳେ ସୂକ୍ଷ୍ମ ଓ ବାସ୍ତବ ସମୟ ଡାଟା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଟିବିଟି ଇଂଜିନ ଜରିଆରେ ଟ୍ରେଡରମାନଙ୍କୁ ବୁଦ୍ଧିମାନ ଓ ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିବା ଲାଗି ଆବଶ୍ୟକ ସମୃଦ୍ଧ ଟୁଲ୍ ପ୍ରଦାନ କରି ଆମେ ରିଟେଲ ଓ ସଂସ୍ଥାଗତ ଟ୍ରେଡିଂ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରୁଛୁ । ଟିକ୍ ବାଏ ଟିକ୍ ଡାଟା ଗୁରୁତ୍ୱପୂର୍ଣ୍ଣ ଥିବା ମୋର ଆଲ୍‌ଗୋ ଟ୍ରେଡିଂ ଅନୁଭବରୁ ଅନୁପ୍ରାଣିତ ହୋଇ ଆମେ ସମାନ ଧରଣର ସୂଚନା ଜରିଆରେ ବ୍ୟବହାରକାରୀମାନଙ୍କୁ ସଶକ୍ତ କରିବାକୁ ଚାହୁଛୁ । ଟ୍ରେଡିଂ ଅନୁଭବନରେ ଉନ୍ନତି ଆଣିବା ଏବଂ ବିଶ୍ୱାସ ଓ ସୂକ୍ଷ୍ମତର ସହ ଟ୍ରେଡିଂ ପାଇଁ ଖୁଚୁରା ନିବେଶକମାନଙ୍କୁ ଟୁଲ୍ ପ୍ରଦାନ କରି ଟ୍ରେଡିଂ ଅନୁଭବରେ ଉନ୍ନତି ଆଣିବା ଲାଗି ଆମର ରହିଥିବା ଲକ୍ଷ୍ୟ ଦିଗରେ ଟିବିଟି ଇଂଜିନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”ଚଳିତ ବର୍ଷ ପ୍ରଥମ ବ୍ରୋକର ଭାବେ ଟିବିଟିର ଶକ୍ତି ଥିବା ଚାର୍ଟ ଜାରି କରି ଅପଷ୍ଟକ୍ସ ଇତିହାସ ରଚିଥିଲା ଯାହା ଇଣ୍ଡିକେଟର ମ୍ୟାପିଂ, ପାଟର୍ଣ୍ଣ ଚିହ୍ନଟ ଓ ଅନୁଶୀଳନରେ ଉନ୍ନତି ଆଣିପାରିଥିଲା । ଏବେ ଟିବିଟି ଇଂଜିନ ଜରିଆରେ ଅପଷ୍ଟକ୍ସ ଏହାକୁ ଆହୁରି ଆଗକୁ ବଢ଼ାଇପାରିଛି । ଅପଷ୍ଟକ୍ସର ୧.୪ କୋଟିରୁ ଅଧିକ ଗ୍ରାହକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫% ହେଉଛନ୍ତି ନୂଆ ପିଢ଼ିର । କମ୍ପାନିର ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ପ୍ରଥମ ଥର ନିବେଶ କରୁଥିବା ନିବେଶକ ଏବଂ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରୁ ଆସିଛନ୍ତି । ଅପଷ୍ଟକ୍ସ ମାସିକ ପ୍ରାୟ ୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ