ଅପହଞ୍ଚ ଇଲାକାର ଝିଅଙ୍କ ଆଇ.ଆଇ.ଟି ସଫଳତା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଦୃଢ ଇଚ୍ଛାଶକ୍ତି ଓ କର୍ତ୍ତବ୍ୟନିଷ୍ଠା ସମ୍ମୁଖରେ ସବୁକିଛି ପ୍ରତିକୂଳତା ହାର ମାନିଥାଏ।ତାହା ପ୍ରମାଣ କରି ଦେଖାଇଛନ୍ତି ଅପହଞ୍ଚ ପଲ୍ଲୀର ବବିତା ବିନ୍ଧାଣୀ ।ରାଇରଙ୍ଗପୁର ବ୍ଲକ୍ ଶିମିଳିନାଳୀ ଗ୍ରାମର ଉପେନ୍ଦ୍ର ନାଥ ବିନ୍ଧାଣୀ ଓ ଜୋସ୍ନା ବିନ୍ଧାଣୀଙ୍କ ବଡ ଝିଅ ବବିତା।ପିତା କ୍ଷୁଦ୍ର ବ୍ୟବସାୟୀ ଓ ମାତା ଜଣେ ଗୃହିଣୀ ଏବଂ ବବିତାଙ୍କର ଜଣେ ଭାଇ ଓ ଭଉଣୀଙ୍କୁ ନେଇ ଏକ ଗ୍ରାମୀଣ ପରିବାର।ପିଲାଟି ଦିନୁ ବବିତାଙ୍କ ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ ଦେଖି ପିତା ମାତା ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିଥିଲେ ତାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ।ବବିତା ମଧ୍ୟ ପିତା ମାତା ଙ୍କୁ ନିରାଶ କରିନାହାନ୍ତି ।ବବିତା ରାଇରଙ୍ଗପୁରସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ୨୦୧୪ ମସିହାରେ ୮୦ଶତକଡ଼ା ନମ୍ବର ରଖି ଉତ୍ତୀର୍ଣ୍ଣ ହେବାପରେ ବାରିପଦା ସ୍ଥିତ ପ୍ରିନ୍ସ କଲେଜ ରୁ +୨ ବିଜ୍ଞାନ ରେ ପ୍ରଥମ ଶ୍ରେଣୀ ହାସଲ କରନ୍ତି ।ତାପରେ ୨୦୨୯ ମସିହାରେ ସରକାରୀ ମହିଳାମହାବିଦ୍ୟାଳୟ ,ବାରିପଦାରୁ +୩ ବିଜ୍ଞାନ(ଭୂତତ୍ତ୍ୱ- ବିଞାନ )ରେ୮୨ ଶତକଡ଼ା ନମ୍ବର ରଖି କୃତ୍ତୀତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିବର୍ଷ ସେ ଆଇ.ଆଇ.ଇ.ଏସ୍.ଟି ଶିବପୁର(ପଶ୍ଚିମ ବଙ୍ଗ)ରେ ପଢିବା ପାଇଁ ମନୋନୀତ ହୋଇଥିଲେ , ମାତ୍ର ଆଇ.ଆଇ.ଟି
ରେ ପଢିବା ପାଇଁ ସେ ନିଷ୍ପତ୍ତି ନେଇ ସେଠାରେ ଯୋଗ ଦେଇନଥିଲେ ।ଚଳିତ ବର୍ଷ ୨୦୨୦ମସିହାରେ ସର୍ବଭାରତୀୟ ସ୍ତରରେ ୮୫ ରେଙ୍କ୍ ଏବଂ ଓ.ବି.ସି ବର୍ଗରେ ୧୫ରେଙ୍କ୍ପ୍ରାପ୍ତ କରି ଆଇ.ଆଇ.ଟି. ଖଡଗପୁର ରେ ଏମ.ଏସ୍.ସି ପଢିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ବବିତାଙ୍କ ସଫଳତା ଆମ ଅଞ୍ଚଳ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ ।ବବିତା ନିଜ ସଫଳତାର ଶ୍ରେୟ ନିଜର ପିତା ମାତା,ପରିବାରବର୍ଗ,ସୁମନ୍ତ ମହାନ୍ତଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରନ୍ତି ଓ ଭବିଷ୍ୟତରେ ଜଣେ ସଫଳ ଭୂତତ୍ବବିତ୍ ହେବା ପାଇଁ ଆଶାବାଦୀ ଅଟନ୍ତି ।


