ଅପହରଣ ଓ ଦୁଷ୍କର୍ମ ମାମଲାରେ ଗତ ୧୦ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରା.ଉଦୟଗିରି ପୁଲିସ ଗତକାଲି ୧୦ ବର୍ଷ ଧରି ଫେରାର ଥିବା ଅପହରଣ ଏବଂ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, ନୂଆଗଡ଼ ବ୍ଲକ୍ ତାବରଡ଼ା ପଞ୍ଚାୟତ ଲେଙ୍ଗେ ଗ୍ରାମର କୁନା ସିଂ’। ୨୦୧୪ ମସିହାରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ନେଇ କୁନା ନାମରେ ରା.ଉଦୟଗିରି ଥାନାରେ ଏତଲା ଦିଆଯାଇଥିଲା। ମାମଲା ରୁଜୁ ପରେ ସେ ଫେରାର ହୋଇଯାଇଥିଲା। ହାଇଦ୍ରାବାଦରେ ଆତ୍ମଗୋପନ କରି କାମ କରୁଥିଲା । ତେବେ କୁନା ନିଜ ଗ୍ରାମକୁ କିଛି ଦିନ ହେଲା ଫେରିଥିବା ବେଳ ଗତକାଲି ପାରଳାଖେମୁଣ୍ଡିରେ ବୁଲୁଥିବା ସୂଚନା ମିଳିଥିଲା। ରା.ଉଦୟଗିରି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସଦଳବଳେ ପାରଳାଖେମୁଣ୍ଡି ଯାଇ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ। ତାକୁ ପାରଳାଖେମୁଣ୍ଡି ପକ୍‌କ୍ସୋ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ କୁନାକୁ ଜେଲ୍ ହାଜତକୁ ପଠାଇଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ