ଅପହରଣ ପରେ ଯୁବତୀଙ୍କୁ  ଦୁର୍ବ୍ୟବହାର; ନାବାଳକ ସମେତ ୩ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ନିଜ ସଂପର୍କୀୟ ଘରକୁ ଆସିଥିବା ଜନୈକା ଯୁବତୀକୁ ଜଣେ ନାବାଳକ ସମେତ ୩ ଜଣ ଜୋର ଜବରଦସ୍ତ ଅପହରଣ କରିନେଇ ଦୁର୍ବ୍ୟହବାର କରିବା ଅଭିଯୋଗରେ ଗୋଛାପଡ଼ା ପୁଲିସ୍ ୩ ଜଣକୁ ଗିରଫ କରିଛି। ନାବାଳକୁ ଜୁଭେନାଲ୍ ବୋର୍ଡ଼କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଅନ୍ୟ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।ଖବର ପ୍ରକାରେ, ଗୋଛପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ା ପଂଚାୟତ ଏକ ଗ୍ରାମର ଜନୈକା ଯୁବତୀ କ୍ରାଣ୍ଡିବାଲିକୁ ତାହାର ଏକ ସଂପର୍କୀୟ ଘରକୁ ବୁଲିବାକୁ ଆସିଥିଲା। ଯୁବତୀ ଜଣକ ସଂପର୍କୀୟଙ୍କ ଧାନବିଲରେ କିଛି କାମ କରୁଥିବା ବେଳେ ସେହି ସମୟରେ ନାବାଳକ ସମେତ ଅନ୍ୟ ୨ ଜଣ ଏକ ବାଇକ୍ ରେ ଆସି ଉକ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ସେଠାରୁ ଅପହରଣ କରିନେଇ କିଛି ଦୂରରେ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣକ ଚିତ୍କାର  କରିବାରୁ ପାଟିଶୁଣି ଯୁବତୀଙ୍କ ଅନ୍ୟଜଣେ ଭଉଣୀ ସେଠାରେ ପହଁଚିଯିବା ପରେ ଯୁବକ ମାନେ ଫେରାର୍ ହୋଇଯାଇଥିଲେ। ଏସଂପର୍କରେ ଯୁବତୀ ଜଣକ ଗୋଛାପଡ଼ା ଥାନାରେ ଲିଖିତ ଭାବେ ଏତଲା ଦେବାପରେ ପୁଲିସ୍ କେସ ନଂ ୭୧/୨୦ରେ ଏକ ମାମଲା ରୁଜୁକରି ଫେରାର୍ ୨ ଯୁବକ ଖଜୁରିଗାଁର ବରୁଣ ଦିଗାଲ (୧୯) ଓ କଟାପଙ୍ଗା ଗ୍ରାମର ଶୁଶିଳ ଦିଗାଲ (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକୁ ଜୁଭେନାଲ୍ କୋର୍ଟକୁ ଚାଲାଣ ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରକାଶ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ