ଅପହରଣ ପରେ ହତ୍ୟା ମାମଲା ରେ ଅଭିଯୁକ୍ତ କୁ ପଳାତକ ଘୋଷଣା ପରେ ସମ୍ପତ୍ତି ବାଜ୍ୟାପ୍ତି କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ସୁଳିଆ ପାହାଡ଼ରେ ଗତ ୨୬.୫.୨୦୨୦ ରିଖରେ ହିଞ୍ଜିଳି ଥାନା ବଇଞ୍ଚବଣିଆ ଗ୍ରାମର ବିଭୁ ପ୍ରସାଦ ଦାସ ଙ୍କୁ ଅପହରଣ ପରେ ହତ୍ୟା କରଯାଇଥିଲା ଏନେଇ କେଶ ନଂ ୧୧୫/୨୦ ରେ ଏକ ମାମଲା ରୁ୍ଜୁ କରାଯାଇଥିଲା l ଉକ୍ତ ମାମଲା ରେ ମୁଖ୍ୟ ଅଭିଯକ୍ତ କୁହା ଯାଉଥିବା ନିରଞ୍ଜନ ମଣ୍ଡଳ ଫେରାର ଥିବା ବେଳେ କୋର୍ଟ ର ନିର୍ଦ୍ଦେଶ ପ୍ରକାରେ ସୋମବାର ସାନଖେମୁଣ୍ଡି ତହସିଲଦାର୍ ତଥା ମାଜିଷ୍ଟ୍ରେଟ ଡ.ଶ୍ରୀନିବାସ ବେହେରା, ଆସିକା ଏସଡିପିଓ ଉମା ଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ତିତି ରହି ନିରଞ୍ଜନ ମଣ୍ଡଳ ଙ୍କ ଘରୁ ସମ୍ପତ୍ତି ବାର୍ଯ୍ୟପ୍ତ କରାଯାଇଛି। ଘରେ ଥିବା ଟ୍ରାକ୍ଟର, ପାୱାର ଟ୍ରିଲର୍ ଜବତ କରି ଥାନାରେ ରଖାଯାଇଥିବା ବେଳେ ଘରେ ଥିବା ବେଆଇନ କାଠ ପଟା ଜବତ କରି ଚନ୍ଦ୍ରଗିରି ରେଞ୍ଜ ପୋଡ଼ାମାରି ବନ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ l ବନ ବିଭାଗ ସମସ୍ତ କାଠ ପଟା ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୁଚନା ମିଳିଛି l