ଅପହୃତ ଯୁବକ ପୋଲିସ ଦ୍ଵାରା ଉଦ୍ଧାର :୨ ଅପହରଣକାରୀ ଗିରଫ 

ନିମାପଡା, (ସନ୍ତୋଷ ଦାଶ) :-ଟଙ୍କା ପାଇଁ ଫିଲ୍ମ ଷ୍ଟାଇଲରେ ମୁଣ୍ଡ ଜାମିନ ରଖିଥିଲେ ଅପହରଣ କାରୀ । ଦେଢ଼ ଲକ୍ଷ ଟଙ୍କା ଦାବୀ କରି ଯୁବକକୁ ଅପହରଣ କରିଥିଲେ । ନିମାପଡା ଜୟଶ୍ରୀଛକ ଠାରୁ ଗତ କାଲି ଦିନ ସାଢେ଼ ଦଶଟା ରେ ବାଇକ ରେ ଯୁବକ କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଯୁବକ ଙ୍କର ମୁଣ୍ଡ ଜାମିନ ରଖି ପରିବାର କୁ ଦେଢ଼ ଲକ୍ଷ ଟଙ୍କା ଦାବୀ କରିବା ପରେ ପରିବାର ପକ୍ଷରୁ ନିମାପଡା ଥାନା ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ତ୍ୱରିତ ପଦକ୍ଷେପ ନେଇ ଅପହୃତ ଯୁବକ ଙ୍କୁ କୋଣାର୍କ ନିକଟସ୍ଥ ଆମ୍ବିଳିଗାଁ ରେ ଥିବା ଏକ ବାତ୍ୟା ଆଶ୍ରୟ ସ୍ଥଳୀ ରୁ ଉଦ୍ଧାର କରିଥିଲା । ଅଭିଯୋଗ ଅନୁସାରେ ବାଲିଅନ୍ତା ଥାନା ରଙ୍ଗବଜାର ର ଯୁବକ ମନୋଜ କୁମାର ମହାରଣା ଙ୍କୁ ଗତକାଲି ଦିନ ସାଢ଼େ ୧୦ ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ନିମାପଡା ଜୟଶ୍ରୀ ଛକ ରୁ ଅପହରଣ କରିନେଇଥିଲେ । ତାଙ୍କ ପରିବାର କୁ ଫୋନ କରି ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ। ଗତ କାଲି ରାତି ସାଢ଼େ ୧୧ଟା ସମୟରେ ନିମାପଡ଼ା ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ନିମାପଡ଼ା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ ଓ କୋଣାର୍କ ଥାନା ଆଇଆଇସି ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ଵ ରେ ଗଠିତ ଏକ ଟିମ ଅପହୃତ ଯୁବକଙ୍କ ମୋବାଇଲ କୁ ଟ୍ରାକ କରି ସଦଳବଳେ କୋଣାର୍କ ନିକଟସ୍ଥ ଆମ୍ବିଳିଗାଁ ଗ୍ରାମ ଉପରେ ଚଢ଼ାଉ କରି ଅପହୃତ ଯୁବକ ଙ୍କୁ ଉଦ୍ଧାର କରିବା ସହିତ ଅପହରଣ କାରୀ ଯୁବକ ଦ୍ୱୟକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।ଗିରଫ ଦୁଇ ଯୁବକ ହେଲେ ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମ ର ରାଜକିଶୋର ବେହେରା ଓରଫ ରାଜୁ ଓ ଜଗନ୍ନାଥ ବେହେରା ଓରଫ ଲୀପୁ । ଗିରଫ ଯୁବକ ଦ୍ୱୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତ ରେ ନିମାପଡା ଥାନାରେ ଦଫା ୩୬୪(କ) ରେ ଏକ ମାମଲା କେସ ନଂ ୧୫୬/୨୨ ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ