ଅପହୃତ ଯୁବତୀ ଉଦ୍ଧାର ଅପହରଣକାରୀ ଯୁବକ ଗିରଫ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜନୈକ ଅପହୃତା ଯୁବତୀ ଉଦ୍ଧାର ହୋଇଥିବା ବେଳେ ଅପହରଣକାରୀ ଯୁବକ ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ବିଜୟ ନାୟକଙ୍କ ଝିଅ ଗତ ୨୦୧୮ମସିହାରେ ଅପହରଣ ହୋଇଥିବା ଅଭିଯୋଗ ଥାନାରେ ଅଭିଯୋଗ ହୋଇଥିଲା । ଟାଉନ ଥାନା ପୋଲିସ ସେହି ଅଭିଯୋଗ ଉପରେ ଥାନା କେଶ ନମ୍ବର ୧୫୫/୨୦୧୮ରେ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା ବେଳେ ଆଜି ଟାଉନ ଥାନା ମହିଳା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ନାଗପୁରା ଗ୍ରାମର ପ୍ରମୋଦ ମଳିକଙ୍କ ଘରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ପ୍ରମୋଦ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକଙ୍କୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡିଛି । ଉଦ୍ଧାର ଯୁବତୀଙ୍କୁ ସ୍ଥାନୀୟ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହରେ ରଖାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସଂପୃକ୍ତ ଯୁବତୀଙ୍କ ୧୬୪ଧାରାରେ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ