ଅପାରଗ ବିଚାର

ସବୁ ତୁମ ଇଛା
କହି ହେ ମଣିମା
ଦୋଷ ନ ମୁଣ୍ଡାଏ ଯିଏ,
କେଉଁ ଦଣ୍ଡେ ତାକୁ
ଦଣ୍ଡିତ କରିବ
ଦୋଷ ମୁଣ୍ଡେଇବ ସିଏ ।

ତୁମ ନାମ ନେଇ
ଯେତେ ଅପାରଗ
ସହଜେ ଯାଆନ୍ତି ଖସି,
ସବୁ ତୁମ ଇଛା
ସଦା କହୁଥାନ୍ତି
ଘଟିଲେ ତ୍ରୁଟି ବିଚ୍ୟୁତି ।

ଦୋଷ ମାନିଗଲେ
ପଦ ଚାଲିଯିବ
ସଦା ଘାରେ ଭୟ ତାଙ୍କୁ,
ଦାୟିତ୍ତ୍ଵ ମୁଣ୍ଡେଇ
ନିର୍ବାହ ନ କରି
ଦୋଷ ଦିଅନ୍ତି ତମକୁ ।

ସବୁ ତୁମ ଇଛା
ଆହେ ମହାପ୍ରଭୁ
ଯିଏ ସଦା କହୁଥାଏ,
ଯାହା ନାମ ଧରି
ପଦରେ ବସିଛି
ତାକୁ ଦୋଷ ସେହି ଦିଏ ।

ଦୋଷ ଦେବା ପାଇଁ
ପଦରେ ବସିଲେ
କୋଉ ଲାଭ ଭଲା କୁହ,
ଦୋଷ ଦେବ ଯଦି
ପଦ ଛାଡି ଦେଇ
ତାଙ୍କ ଇଛା ବୋଲି କୁହ ।

ଏତେ ଅହଙ୍କାର
ଶିଖିଲ କୋଉଠୁ
ଦୋଷ ଠେଲି ଚାଲି ଯାଅ,
ପ୍ରଶଂସା ତୁମର
ନିନ୍ଦା ପ୍ରଭୁଙ୍କର
କୋଉ ନ୍ୟାୟେ ତୁମେ କୁହ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ