ଅପେକ୍ଷା ୨୨ ତାରିଖକୁ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶର ଦୟା ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଖାରଜ କରି ପରବର୍ତ୍ତୀ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରାଳୟକୁ କହଛନ୍ତି । ମୁକେଶଙ୍କ ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ କରିଥିଲେ। \’ଖାରଜ\’ ବୋଲି ଉଲ୍ଲେଖ କରି ସେ ଦୟା ଆବେଦନକୁ ସରକାର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ଙ୍କ ନିକଟକୁ ପଠାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବା ଅନୁମୋଦନକୁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଗ୍ରହଣ କରି ସେ ଫାଇଲ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି । ଜାନୁଆରି ୨୨ ତାରିଖ ଦିନ ଦୋଷୀମାନଙ୍କୁ ଫାଶୀ ଦେଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର କହିବା ପରେ ମୃତ୍ୟୁ ପର୍ଓ୍ଵାନା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ମନା କରି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ