ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟା ଦମ୍ପତି ଙ୍କୁ ଅପହରଣ ଘଟଣା ନେଲା ଭିନ୍ନ ମୋଡ

ଗଂଜାମ, (ବିନୋଦ ପଲାଇ) :- ପ୍ରଥମ ଅପହରଣ ଅଭିଯୋଗ, ପରେ ଥାନାରେ ବ୍ଲକ ଅଧ୍ୟକ୍ଷ ନାଁ ରେ ଏତଲା । ଏତଲାପରେ ବ୍ଳକ ଅଧ୍ୟକ୍ଷଙ୍କୁ ପଚରାଉଚରା ପରେ ବ୍ଲକ ଅଧ୍ୟକ୍ଷ ସମିତି ସଭ୍ୟଙ୍କୁ ଫେରାଇବେ ବୋଲି ପୋଲିସ କହିବା ଏବଂ ସୁରକ୍ଷିତ ଥିବା ନେଇ ଅଫହୃତା ଭିଡ଼ିଓ ଜାରିକରିବା ଓ ରାଜନୈତିକ ଉଦ୍ଧେଶ୍ୟ ରଖି ହାରାସ କରାଯିବା ନେଇ ବ୍ଳକ ଅଧ୍ୟକ୍ଷ ବୟାନ ଦେବା ଘଟଣା ଫିଲ୍ମ କାହାଣୀ ଠାରୁ କିଛି କମ ନଥିଲା ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ ସମିତି ସଭ୍ୟା ମାମି ଦାସ ଓ ତାଙ୍କ ସ୍ୱାମୀ ଅପହରଣ ଘଟଣା । ଯାହା ଏବେ ନେଇଛି ଭିନ୍ନ ମୋଡ଼। ସହଜରେ ଗ୍ରହଣ କରିପାରିନାହାନ୍ତି ସୁବଳୟା ପଞ୍ଚାୟତବାସୀ । ସୁବଳୟାପଞ୍ଚାୟତ ଏକସ୍ୱଭିମାନ ପଞ୍ଚାୟତ ହୋଇଥିବା ବେଳେ ଏହି ପଞ୍ଚାୟତର ପ୍ରତିନିଧି ମାନେ ଦୁଇ ଦୁଇ ଥର ବ୍ଳକ ଅଧ୍ୟକ୍ଷ ଓ ବିଧାୟକ ନିର୍ବାଚିତ ହୋଇ ପଞ୍ଚାୟତର ସୁନାମ ଆଣିଥିବା ବେଳେ, ବର୍ତ୍ତମାନ ଘଟଣା ପଞ୍ଚାୟତର ସ୍ୱାଭିମାନରେ ଆଞ୍ଚଆଣୁଥିବାରୁ ଚାପା ଉତେଜନା ସୃଷ୍ଟି ହୋଇଛି ପଞ୍ଚାୟତ ବାସୀଙ୍କ ମଧ୍ୟରେ । ଯାହାକୁ ନେଇ ଏକାଠି ହୋଇଛନ୍ତି ପଞ୍ଚାୟତର ୧୩ ଟି ୱାଡର ୬୫ ଜଣିଆ କମିଟି।ଯେଉଁ କମିଟି ସମିତି ସଭ୍ୟଙ୍କୁ ନିର୍ଦ୍ୱନ୍ଦ କରିବାରେ ମୁଖ୍ୟ ଭୂମିକା ନେଇଥିଲା। ଏହି କମିଟି ସହ ସାମିଲ ହୋଇଛନ୍ତି ନିର୍ଦ୍ୱନ୍ଦ ସମିତି ସଭ୍ୟ ଙ୍କ ଗ୍ରାମ ବି.ବହାଡ଼ା ପଲ୍ଲୀ ବାସିନ୍ଦା । କଣ ପାଇଁ ଏପରି କଲେ ନିର୍ଦ୍ୱନ୍ଦ ସମିତି ସଭ୍ୟ ଦାସ ,ଯାହା ଗ୍ରାମ ପାଇଁ ଅପବାଦ ଓ ଅବିଶ୍ୱାସର ବାତାବରଣ ସୃଷ୍ଟିକାଲା ବୋଲି କରିଛନ୍ତି ଅଭିଯୋଗ। ସୁବଳୟା ଗ୍ରାମ ଠାରେ ପଞ୍ଚାୟତ ନିର୍ବାଚନ କମିଟର ଆବାହକ ବନାମ୍ବର ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ନିର୍ଦ୍ୱନ୍ଦ ସରପଞ୍ଚ ସସ୍ମିତା ବେହେରା , ବିଜୟ ବିଶ୍ୱାଳ, କେଦାର ସ୍ୱାଇଁ, ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସ, ପ୍ରଶାନ୍ତ ସ୍ୱାଇଁ, ଶିଵ ସ୍ୱାଇଁ, ଦୟନିଧି ପ୍ରଧାନ,ଆର୍ତ୍ତ ପଲେଇ, ବୈରାଗି ଦାସ, ସାନ୍ତୁନ ଦାସ, ରାଜୀବ ପ୍ରଧାନ, ମୁରଲୀ ପ୍ରଧାନ, ଉଲ୍ଲାସ ସ୍ୱାଇଁ, ନବ ସ୍ୱାଇଁ, ନିରଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ସମସ୍ତ ସଭ୍ୟ ପ୍ରମାଣ କରିବେ ସମିତି ଅପହରଣରେ ସେମାନେ ସାମିଲ ହୋଇନାହାନ୍ତି କି ଷଡ଼ଯନ୍ତ୍ର କରିନାହାନ୍ତି । ଯଦି କିଏ ସାମିଲ ଥିବାର ଜଣାପଡେ ତାହା ବିରୋଧ ରେ ଆଇନ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପସ୍ଥିତ କୀର୍ତ୍ତନ ଦାସଙ୍କ ବୟାନ ଅନୁଯାୟୀ ପୋଲିସ ଆଗରେ ବ୍ଳକ ଅଧ୍ୟକ୍ଷ ୨୪ ଘଣ୍ଟା ଭିତରେ ନିର୍ଦ୍ୱନ୍ଦ ସମିତି ସଭ୍ୟଙ୍କୁ ଫେରାଇବେ , ଉକ୍ତ ବୟାନ ଅନୁସାରେ କମିଟି ଅନୁଭବ କଲା ବ୍ଲକ ଅଧ୍ୟକ୍ଷ ନାୟକ ସମିତି ସଭ୍ୟ ଅପହରଣରେ ସାମିଲ ଅଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଜଣାଇବା ସହ ଏସପି ଅଫିସ ଘେରାଉ କରିବେ। ତତସହିତ ସମିତି ସଭ୍ୟ ଅର୍ଥର ପ୍ରଲୋଭନ କିମ୍ୱା ଅନ୍ୟ କୌଣସି କାରଣରୁ କମିଟିକି ନ ଜଣାଇ ଏପରି କାର୍ଯ୍ୟ କରିଥିବାରୁ ପଞ୍ଚାୟତର ମହିଳା ମାନେ ନିଜସ୍ଵ ଖର୍ଚ୍ଚରେ ଗାଡି ଭଡା ଖୋଜାଖୋଜି କରିବେ ବୋଲି ଜଣାପଡିଛି । ଏହି ଘଟଣାରେ ଦିନକୁ ଦିନ ରୋଚକମୋଡ ଆସୁଥିବାରୁ ଆଗାମୀ ଦିନରେ କଣ ହେବ ସମସ୍ତେ ଚାହିଁ ବସିଥିବା ବେଳେ ପୋଲିସ ପାଇଁ ମୁଣ୍ଡବାଥର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ