ଅଫଲାଇନ ଯୁକ୍ତଦୁଇ ପରୀକ୍ଷାକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) :-ତୃତୀୟ ଲହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ଅଫଲାଇନ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ ସହ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁବାର ବିକ୍ଷୋଭ କରିଛନ୍ତି । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ ଅଫଲାଇନ ପରୀକ୍ଷା ବନ୍ଦ ଦାବି କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ କରୋନା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ଧରି କଲେଜ ବନ୍ଦ ରହିବା ଯୋଗୁଁ ଆଦୌ ପାଠପପଢ଼ା ହୋଇ ନାହିଁ । ଅଧ୍ୟାପକ ଅଧ୍ୟାପିକାମାନେ ସିଲାବସରେ ଥିବା ପାଠ୍ୟକ୍ରମରୁ ମାତ୍ର୧୦ ପ୍ରତିଶତ ପଢ଼ାଇ ନଥିବା ବେଳେ ଏବେ ଅଫଲାଇନ ପରୀକ୍ଷା କେମିତି ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ଅତଏବେ ଗତବର୍ଷ ଭଳି ଯୁକ୍ତଦୁଇରେ ପ୍ରଥମ ବର୍ଷର ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଫଳ ପ୍ରକାଶ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ଏହାର ଅବିକଳ ନକଲ ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ