ଅଫିସରେ ପଶି ଭଙ୍ଗାରୁଜା ଓ ବଟି ମାଗିବା ଅଭିଯୋଗରେ ୨ ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) ; ଯୋଡା ସହର ମୁଖ୍ୟରାସ୍ତା ତଥା ଓାର୍ଡ ନଂ ୪ ରେ ଥିବା ବ୍ୟବସାୟୀ ରବି ନାରାୟଣ ଦାସଙ୍କ ଅଫିସରେ ପଶି ୨ ଜଣ ଦୁର୍ବୁତ ଭଙ୍ଗାରୁଜା କରିବା ଓ ଧମକ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଯୋଡା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଯୋଡା ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।