ଅଫିସରେ ରୋମାନ୍ସ କରିବାକୁ ପସନ୍ଦ କରନ୍ତି ମହିଳା

ମୁମ୍ବାଇ: ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍‌ରେ ରୋମାନ୍ସକୁ ମଧ୍ୟ ବେଶ୍‌ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍‌ରେ ରୋମାନ୍ସ ଟ୍ରେଣ୍ଡକୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି ନିଜ ବସ୍‌ଙ୍କ ସହ ମହିଳାମାନେ ରୋମାନ୍ସ କରିବାକୁ ପଛଘୁଞ୍ଚା ଦେଉନଥିବାର ମଧ୍ୟ ସୂଚନା ରହିଛି। ତେବେ ଅଫିସ୍‌ରେ ରୋମାନ୍ସକୁ ନେଇ କର୍ମଚାରୀମାନେ କାହାକୁ ବେଶି ପସନ୍ଦ କରନ୍ତି, ବସ୍‌କୁ ନା ସହକର୍ମୀଙ୍କୁ । ଆସନ୍ତୁ ଜାଣିବା ଏହି ସର୍ଭେ ରିପୋର୍ଟରୁ ।
ସୋସାଇଟି ଫର୍‌ ହ୍ୟୁମନ୍‌ ରିସୋର୍ସ ମ୍ୟାନେଜ୍‌ମେଣ୍ଟ (ଏସଏଚ୍‌ଆରଏମ୍‌) ଆମେରିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଅଫିସ୍‌ରେ ରୋମାନ୍ସ କରୁଥିବାର ଜାଣିବାକୁ ମିଳିଛି । ଏହି ରିପୋର୍ଟ ଅନୁସାରେ ୨୭ ପ୍ରତିଶତ ଲୋକ ଅଫିସରେ ରୋମାନ୍ସ କରୁଥିବାକୁ ସ୍ବୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ କହିଛନ୍ତି ଯେ, ସେମାନେ ରୋମାନ୍ସ ପାଇଁ ନିଜ ଜୁନିଅର ଅର୍ଥାତ୍‌ ତାଙ୍କ ଅଧୀନରେ କାମ କରୁଥିବା ଲୋକଙ୍କୁ ଚୟନ କରିଥା’ନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଫିସ୍‌ରେ ରୋମାନ୍ସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ନିଜ ବସ୍‌କୁ ଡେଟ୍‌ କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । କେବଳ ୫୨ ପ୍ରତିଶତ ଲୋକ ଅଫିସର ସହକର୍ମୀଙ୍କୁ ଡେଟ୍‌ ନ କରିବା ଲାଗି ଚିନ୍ତା କରିଥା’ନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡିଛି । ଏହି ସର୍ଭେ ପାଇଁ ମୋଟ ୬୯୬ ଜଣ କର୍ମଚାରୀଙ୍କୁ ସାମିଲ୍‌ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ