ଅଫିସଙ୍କ ହାତରେ ରହିବ ସମବାୟ ସମିତି ଦାୟିତ୍ୱ
ଭୁବନେଶ୍ୱର : କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ଏବେ ନିର୍ବାଚନ ହେବନାହିଁ । କାର୍ଯ୍ୟକାଳ ସମାପ୍ତ ସମବାୟ ସମିତି ଦାୟିତ୍ୱରେ ଅଫିସର ରହିବେ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୧୯୨୬ଟି ସମବାୟ ସମିତିର କାର୍ଯ୍ୟକାଳ ସରୁଛି । ଫେବ୍ରୁଆରୀ ସୁଦ୍ଧା ୯୯୭ ଓ ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୬୩ ସମବାୟ ସମିତିର କାର୍ଯ୍ୟକାଳ ସରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।


