ଅଫିସ ପାଇଁ କରୋନା ଗାଇଡଲାଇନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିସାରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ତେବେ ଏହାରି ଭିତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସରକାରୀ କର୍ମଜାରୀ ଓ ବିଭାଗଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଜାରି ହୋଇଥିବା କଟକଣାକୁ କଡ଼ାକଡ଼ିଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ନିୟମଗୁଡ଼ିକ ହେଲା:
୧- ଅଫିସରେ ସାମାଜିକ ଦୂରତା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ ।
୨- ଅଫିସରେ କର୍ମଚାରୀମାନେ ଏକାଠି ହେବା କିମ୍ବା ବୈଠକ କରିପାରିବେ ନାହିଁ ।
୩- ସମସ୍ତ ଅଧିକାର, କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
୪- ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ଜଗୁଆଳିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ।
୫- ନିୟମିତ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବେ ।
୬- କର୍ମଚାରୀ ଓ ଭିଜିଟର ଅଫିସ ପରିସରରେ ଛେପ ପକାଇବା ଦଣ୍ଡନୀୟ ।
୭- କଟକଣା ଖିଲାପ କଲେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନହେବ ।
ଏହାଛଡ଼ା କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅସୁସ୍ଥ ଅନୁଭବ କଲେ ବିଶେଷକରି ଜ୍ବର କିମ୍ବା ଥଣ୍ଡା, କାଶରି ପୀଡ଼ିତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଛୁଟିରେ ସଙ୍ଗରୋଧରେ ରହିବେ। ଅଫିସରେ ବୟସ୍କ ଓ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ବ୍ୟତୀତ କାହାରିକୁ ଲିଫ୍ଟ୍ ବ୍ୟବହାର କରିବାକୁ ଦିଆଯିବନି। ଲିଫ୍ଟରେ ଅନ୍ୟୁନ ୪ ଜଣରୁ ଅଧିକ ଯିବେନାହିଁ। ଲିଫ୍ଟ୍ ଭିତରେ କୌଣସି ବ୍ୟକ୍ତି ମୁହଁକୁ ମୁହଁ ନ ଅନାଇ ଲିଫ୍ଟ୍ କାନ୍ଥ ପଟକୁ ଅନାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଫିସର କମ୍ପ୍ୟୁଟର କି-ବୋର୍ଡ଼, ଦୁଆର ହ୍ୟାଣ୍ଡଲ, ଟେଲିଫୋନ୍ ଆଦି ବିଶୋଧକରେ ପୋଛାଯିବ। କୋଭିଡ-୧୯ ପ୍ରତିହତ ପାଇଁ ଅଫିସରେ ପୋଷ୍ଟର, ଷ୍ଟାଣ୍ଡି, ଟିଭି ଜରିଆରେ ସତର୍କବାର୍ତ୍ତା ସମସ୍ତେ ଯେପରି ସ୍ପଷ୍ଟ ଦେଖିପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ଅଫିସରେ ଥିବା ଏୟାରକଣ୍ଡିସନର୍କୁ ୨୪ରୁ ୩୦ ଡିଗ୍ରି ସେଣ୍ଟିଗ୍ରେଡରେ ଚାଲୁ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ