ଅବକାରୀ ଚଢଉ : ଦେଶୀମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କାଶୀନଗର ଅବକାରୀ ଥାନା ପକ୍ଷରୁ ଚଢଉ କରାଯାଇଛି | ଏହି ଏହି ଚଢଉରେ ଭ୍ରାମ୍ୟମାଣ ଅବକାରୀ ୟୁନିଟ ଓ କାଶୀନଗର ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ | କାଶୀନଗର ଅବକାରୀ ବିଭାଗ ଦ୍ବାରା ପେଟ୍ରୋଲିଂ କରୁଥିବା ସମୟରେ ସିଙ୍ଗିପୁର ଗ୍ରାମରେ ଚଢଉ କରାଯାଇଥିବା ବେଳେ ଗୋଟିଏ ମାମଲାରେ ମୋଟ ୧୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୧୪୦୦କେଜି ମହୂଲପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ | ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ଅଞ୍ଚଳରେ ଚଢଉ କରାଯାଇଥିବାର ଜଣାପଡିଛି | ଏହି ଘଟଣାରେ ୧୫୦ ଲିଟର ଦେଶୀ ରନ୍ଧା ମଦ ସହ ୧୦୦୦କେଜି ମହୁଲପୋଚକୁ ନଷ୍ଟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି |