ଅବକାରୀ ଚଢଉ : ଦେଶୀ ମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାପତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କୋତାପେଟା ଗ୍ରାମାଞ୍ଚଳ ଠାରେ ଅବକାରୀ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ୨୨ଶହ ଲିଟର ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୮୦ଲିଟର ଚୋରା ଦେଶୀ ରନ୍ଧା ମଦ ସହ ବିଭିନ୍ନ ମଦ ରନ୍ଧା ସାମଗ୍ରୀ ଗୁଡିକ ଜବତ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଅବକାରୀ ଚଢଉରେ ଅବକାରୀ ବିଭାଗର ଅଧିକାରୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବାର ଜଣାପଡିଛି ।