ଅବକାରୀ ଚଢଉ : ଦେଶୀ ରନ୍ଧାମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଦର ଇନ୍ସିପେକ୍ଟର ବାଳକୃଷ୍ଣ ପରିଡାଙ୍କ ନେତୃତ୍ୱରେ ଦୁଇ ଗୋଟି ଗ୍ରାମରେ ଅବକାରୀ ଚଢଉ କରାଯାଇ ୮୪୦ଲିଟର ପୋଚ ନଷ୍ଟ କରାଯିବା ସହ ୫୬ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିବାର ଜଣାପଡିଛି । ସୂଚନା ପ୍ରକାରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ତୁଳସୀପାଡୁ ଏବଂ ଡାକ୍ତର ବାଞ୍ଜେରୀ ଗ୍ରାମରେ ଅତର୍କିତ ଚଢଉ କରାଯାଇଥିଲା । ତେବେ ଘଟଣାରେ ସମ୍ପୃକ୍ତିଥିବା ମଦ ବ୍ୟବସାୟୀ କିମ୍ବା ମଦ ରାନ୍ଧୁଥିବା ବ୍ୟକ୍ତି ଧରାପଡିନଥିବାର ଜଣାପଡିଛି । ଏହି ଚଢଉରେ ପାରଳାଖେମୁଣ୍ଡି ଅବକାରୀ ଥାନାର ବହୁ କର୍ମଚାରୀ ଉପସ୍ଥିତଥିବାର ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାରେ ଚାଲୁ ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରରେ ରଖି ଅବାଧ ମଦକାରବାର ତଥା ଅବକାରୀ ଚଢଉକୁ ଜୋର୍ଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।