ଅବକାରୀ ଚଢଉ, ବିପୁଳ ପରିମାଣ ପୋଚ ସହ ରନ୍ଧା ମଦ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବର୍ଲଣ୍ଡା ଗ୍ରାମାଞ୍ଚଳରେ ମିଳିତ ଅବକରୀ ଚଢଉ କରାଯାଇ ବିପୁଳ ପରିମାଣର ପୋଚ ସହ ଦେଶୀ ରନ୍ଧା ମଦକୁ ଜବତ କରାଯାଇ ନଷ୍ଟ କରାଯାଇଥିବାର ଜଣାପଡିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ ସେଠୀଙ୍କ ତତ୍ବାବଧାନରେ ଏହି ମିଳିତ ଚଢଉ ହୋଇଥିବାର ଜଣାପଡିଛି । ଏହି ମିଳିତ ଚଢଉରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏସ୍ଆଇ ବଳରାମ ବେହେରା ପ୍ରମୁଖ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଅବକରାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଭାଗନେଇଥିଲେ । ଚଢଉ ବେଳେ ୩୨୮୦ ପୋଚ ଜବତ କରାଯାଇଥିବା ବେଳେ ୧୨୦ ଲିଟର ରନ୍ଧାମଦକୁ ମଧ୍ୟ ଜବତ କରାଯାଇ ନଷ୍ଟ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହା ସହ ମଦ ରାନ୍ଧିବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଥିବାର ଜଣାପଡିଛି ।