ଅବକାରୀ ଚଢଉ ବ୍ୟାପକ ପରିମାଣର ପୋଚ ଓ ଦେଶୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଆଦେଶ ପ୍ରକାରେ ଅବକାରୀ ଅଧ୍ୟକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶରେ କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ବିଭିନ୍ନ ସ୍ଥାନ ଠାରେ ଅବକାରୀ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ଆଠ ଶହଲ ଲିଟର ପୋଚ ସହ ଶହେ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଥିବାର ଜଣାପଡିଛି । ଏଥ୍ ସହ ଘଟଣାକୁ ନେଇ ତିନି ଗୋଟି ମାମଲା ରୁଜୁ କରାଯାଇ ଥ‌ିବା ବେଳେ ଗୋଟିଏ ସ୍କୁଟି ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢଉରେ ଅବକାରୀ ନିରୀକ୍ଷକ ପ୍ରକାଶ ସାହୁ, ଏସ୍‌ଇ ବିଙ୍ଗରାଜ ଦାମି, ଏଏସ୍‌ଇ ସୁରେଶ ଚନ୍ଦ୍ର ମିଶ୍ର, ଅବକାରୀ ମୋବାଇଲ ୟୁନିଟର ଏସ୍‌ଆଇ ମଙ୍ଗଳା ଛତ୍ରୀୟ ପ୍ରମୁଖଙ୍କ ସମେତ ବହୁ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଯଥା ପି.ନାରାୟଣ ରାଓ ଓ ନାକା କ୍ରିଷ୍ଣା ବୋଲି ଜଣାପଡିଥିବା ବେଲେ ଉଭୟଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବାର ବିଭାଗୀୟ ସୂତ୍ରପୁର ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ