ଅବକାରୀ ଚଢ଼ାଉ ରେ ୨ ମଟର ସାଇକେଲ ସହିତ ୭୦ ଲିଟର ମଦ ଜବତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁର ଙ୍କ ନିର୍ଦେଶ କ୍ରମେ ଉପଅଧିକ୍ଷକ ସୌମ୍ୟରଂଜନ ବେହେରା ଙ୍କ ତତ୍ୱାବଧାନ ରେ ଅବକାରୀ ନିରୀକ୍ଷକ ବିନୟ ତୀର୍କୀ ଙ୍କ ନେତୃତ୍ୱ ଓ଼ଆଇସି ରଶ୍ମିରଂଜନ ନାଏକ,ଫୁଲମଣୀ ନାଏକ, ଓ ଅନ୍ୟକର୍ମଚାରୀ ରସମତଳା ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଦୁଇଟି ମୋଟର ସାଇକେଲ ସାହାଯ୍ୟରେ ୭୦ ଲିଟର ଦେଶୀ ମହୁଲି ମଦ ଆଣୁଥିବା ବେଳେ ଅତର୍କିତ ଚଢ଼ାଉ କରି ୨ ଜଣ ଙ୍କୁ ଗିରଫ କରିବା ସହିତ ୭୦ ଲିଟର ମଦ ଓ ଦୁଇଟି ବାଇକ କୁ ଜବତ କରିଥିଲେ ଗିରଫ ୨ ଅଭିଯୁକ୍ତ ହେଲେ ମିରଗିନେଣ୍ଡି ଗ୍ରାମର କାନ୍ହୁ ମାରାଣ୍ଡି, ଦୁରିଆବେଡା ଗ୍ରାମର ଜିଫୁରୁ ପିଙ୍ଗୁଆ ବୋଲି ଅବକାରୀ ନିରୀକ୍ଷକ ବିନୟ ତୀର୍କୀ ସୂଚନା ଦେବାସହ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରିରହିବ ବୋଲି ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ