ଅବକାରୀ ଚଢାଉ ୬୦ ଲିଟର ମଦ ଜବତ, ୬ ଗିରଫ

ଢେଙ୍କିକୋଟ(ଜୁଗାବ୍ଦ ନ୍ୟୁଜ୍‍): ପାଟଣା ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଶୁକ୍ରବାର ପାଟଣା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ ସମୟରେ ୬୦ ଲିଟର ମହୁଲି ମଦ ଓ ୫ଲିଟର ୨ଶହ ମି.ଲି. ବିଅର ଜବଦ ଘଟଣାରେ ଅବକାରୀ ବିଭାଗ ୬ ଜଣଙ୍କୁ ଗିରଫ କରିଛି । ଘୋରକୁଣ୍ଡା ଗ୍ରାମର ବୁଦୁନି ମୁଣ୍ଡା (୪୬)ଙ୍କ ଠାରୁ ୧୦ ଲିଟର ମହୁଲି ମଦ, ଆରତୀ ମୁଣ୍ଡା (୨୨)ଙ୍କ ଠାରୁ ୧୦ ଲିଟର, ପାଣୁ ମୁଣ୍ଡା (୪୨)ଙ୍କ ଠାରୁ ୧୫ ଲିଟର, ଜେମା ମୁଣ୍ଡା (୨୫)ଙ୍କ ଠାରୁ ୧୩ ଲିଟର, ବନବୀର ମୁଣ୍ଡା(୪୬) ଙ୍କ ଠାରୁ ୧୨ ଲିଟର ମହୁଲି ମଦ ଓ ଦେବାନନ୍ଦ ମହାନ୍ତ (୩୨)ଙ୍କ ଠାରୁ ୫ ଲିଟର ୨ଶହ ମି.ଲି ଜବଦ ହୋଇଥିବା ବେଳେ ଅବକାରୀ ବିଭାଗ ଗିରଫ କରିଛି । ଏହି ଚଢାଉରେ ମୋବାଇଲ ସ୍କ୍ୱାର୍ଡ ଏସ୍ଆଇ. ରୋହିତ ନାୟକ ଓ ପାଟଣା ଅବକାରୀ ଏସ୍ଆଇ ଦିଲ୍ଲୀପ କୁମାର ତଣ୍ଡି ଚଢାଉର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ