ଅବକାରୀ ଧରପଗଡ଼,ଦେଶୀ ମଦ ଜବତ ସହ ୨ ଗିରଫ

ଭଞ୍ଜନଗର (ସନ୍ତୋଷ ଜେନା): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶନିବାର ସକାଳ ସମୟରେ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨ଜଣକୁ ଗିରଫ କରାଯାଇଛି। ଅବକାରୀ ଥାନା ଓଆଇସି ଶ୍ରୀମତୀ ରମ୍ଭା ବାଗ୍ ଙ୍କ ନେତୃତ୍ୱରେ ଏକ ଟିମ ଅଲାଡି ଗ୍ରାମରେ ନିଜ ଘରେ ଦୀର୍ଘ ଦିନ ଧରି ଦେଶୀ ମଦ ବିକ୍ରି କରୁଥିବା ଡାକ୍ତର ଗୌଡ଼ ଙ୍କ ଘରେ ଚଢ଼ାଉ କରାଯାଇ ସେଠାରୁ ୩୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରାଯିବା ସହ ୭୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ସେହିପରି ଧୋଢାପଲି ଗ୍ରାମର ମନୋଜ୍ ସେଠୀ ଙ୍କ ଘରେ ଚଢ଼ାଉ କରାଯାଇ ସେଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୨ଟି ମାମଲା ରୁଜୁ କରାଯାଇ ଉଭୟ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଭଳି ବେଆଇନ କାରବାରକୁ ରୋକ ଲଗାଇବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କୁ ବ୍ୟାପକ କରାଯିବ ବୋଲି ଅବକାରୀ ଓଆଇସି ରମ୍ଭା ବାଗ୍ ସୂଚନା ଦେଇଛନ୍ତି। ଚଢ଼ାଉରେ ଏସଆଇ ରାମେଶ୍ୱର ବେହେରା,ଜଗନ୍ନାଥ ମହାପାତ୍ର,ସୁବଳ ପ୍ରଧାନ, ସନାତନ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ