ଅବକାରୀ ଧରପଗଡ, ୧୭ ଗିରଫ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଂଜାମ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଧରପଗଡ କରାଯାଇଛି । ୮୫୬ ଲିଟର ଭାଟିରନ୍ଧା ମଦ,୧୪୦୦୦ ଲିଟର ଗୁଡ ମିଶ୍ରିତ ପୋଚ ମଦ ଜବତ ସହ ମୋଟ ୧୭ଜଣକୁ ଗିରଫ କରାଯାଇଛି । ଆସିକା ଅଞ୍ଚଳରେ ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ଗଂଜାମ ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରାଙ୍କ ନେତ୍ୃତ୍ୱରେ ଏବଂ ଆସିକା ପୁଲିସ ଓ ଅବକାରୀ କର୍ମଚାରୀଙ୍କ ସହଯୋଗରେ ପାକଲାପଲ୍ଲୀ, ଗଣ୍ଡାପଲ୍ଲୀ, ଠେଙ୍ଗାପଲ୍ଲୀ, ରଘୁନାଥନଗର ଓ କରାତଳି ଆଦି ବିଭିନ୍ନ ଅଞ୍ଚଳରେ ଚଢଉ କରି ମଦ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା କହିଛନ୍ତି ।