ଅବକାରୀ ଧରପଗଡ, ୪ ଗିରଫ
ଛତ୍ରପୁର, : ଗଞ୍ଜାମ ଅବକାରୀ ଅଧୀନ ଖଲ୍ଲିକୋଟ ସିଙ୍ଗଡାପଲ୍ଲୀ, ହରିଡାମୂଳ, ଅଙ୍ଗାରଗାଁ ଓ ପଥରା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ଉପରେ ଚଢଉ ହୋଇଥିଲା । ଏହି ଚଢଉରେ ୯ କିଲୋ ଗଞ୍ଜେଇ, ପ୍ରାୟ ୧୦ ଲିଟର ବିଦେଶୀ ମଦ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର ସନ୍ତୋଷ ରାଉତ ଠାରୁ ୩.୫ କି.ଗ୍ରା. ଗଞ୍ଜେଇ, ଗଞ୍ଜାମ ଜିଲ୍ଲା ପୋଡାମାରୀ ଗ୍ରାମର ପିଣ୍ଟୁ ଗୌଡ ଠାରୁ ସାଢେ ୪ କି.ଗ୍ରା. ଗଞ୍ଜେଇ, ଅଙ୍ଗାରଗାଁ ନାରାୟଣ ସାହୁ ଠାରୁ ୫.୫ ଲିଟର ବିୟର ଓ ପଥରା ଗ୍ରାମର ଚନ୍ଦ୍ରମା ପଲେଇ ଠାରୁ ୩.୬୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା । ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଲ୍ଲିକୋଟ ଅବକାରୀ ଥାନାର କର୍ମଚାରୀ ପକ୍ଷରୁ ଚଢଉ ହୋଇଥିଲା ।