ଅବକାରୀ ଧରପଗଡ, ୫ ଗିରଫ,୪ ଟି ବାଇକ୍ ଜବତ
ଛତ୍ରପୁର,(ଓ୍ବାଇଏନ୍ଏସ୍):ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଧରପଗଡ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି । ୨୦୧.୯ ଲିଟର ଭାଟିରନ୍ଧା ମଦ, ୬.୫ ଲିଟର ବିୟର ସହ ୪ ଟି ବାଇକ୍ ଜବତ ହୋଇଛି । ଗଂଜାମ ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଅବକାରୀ ଥାନା ଅଞ୍ଚଳରେ ଚଢଉ କରାଯାଇଥିବା ନେଇ ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା କହିଛନ୍ତି ।