ଅବକାରୀ ବିଭାଗର ଚଢଉ : ୨ ଗିରଫ
ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମ ବାଘଶାଳା ,ସିଙ୍ଗିପୁର ,ନେରିଟିଗୁଡା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ର ମହୁଲ ମଦ , ଦେଶୀ ମଦ , ବିୟର ଆଦି ଜବତ କରିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଅବକାରୀ ଅଧିକ୍ଷକ ପଦୀପ କୁମାର ପାଣିଗ୍ରାହି ଓ ପତ୍ମଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପାରଳାଖେମୁଣ୍ଡି ଓ ଗୁରାଣ୍ଡି ଥାନାର ବିଭିନ୍ନ ଅଞ୍ଚଳ ରେ ଚଢାଉକରି ନିଶା ଦ୍ରବ୍ୟ ଜବତ କରିଛି ।ବାଘଶାଳ ଗ୍ରାମର ୟା ଭେଙ୍କେଟେଶ୍ୱରଙ୍କ ଠାରୁ ୧୨,୫୦୦ ଲିଟର ମଦ ଜବତ କରିବା ସହ ଆଇଏମ ଏଫଏଲ ୬,୫୦୦ ଲିଟର ବିୟର ଓ ଏସ୍ ଦିବାକର ଚୈାଧୁରୀଙ୍କ୍ ଠାରୁ ୩,୨୫୦ଏମ୍ ଏଲ ମଦ ଜବତ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଆନ୍ଧ୍ରପ୍ରଦେଶ , ପାରଳାଖେମୁଣ୍ଡି ର ବହୁ ଅଧିକାରୀ ଚଢାଉରେ ସାମିଲ ଥିଲେ । ଏହି ଚଢାଉ ଆଗକୁ ମଧ୍ୟ ଜାରୀ ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି ।