ଅବକାରୀ ବିଭାଗର ଚଢ଼ାଉ ଗଞ୍ଜେଇ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ସଦର ଅବକାରୀ ବିଭାଗର ନବସ୍ମିତା ନାୟକଙ୍କ ପ୍ରତେକ୍ଷ ତତ୍ୱାବଧାନରେ ରାୟଗଡ଼ ବ୍ଲକ ମାର୍ଲଵା ଘାଟିରେ ପେଟ୍ରୋଲିଂ ସମୟରେ ଯାଞ୍ଚ ବେଳେ ଏକ ବୋଲେରୋ ଗାଡ଼ିରୁ ୧୭୫ କେଜି ଗଞ୍ଜେଇ ଜବତ ହୋଇଥିବାର ଜଣାପଡିଛି. ଯାଞ୍ଚ ବେଳେ ଓଆର ୧୯ ଏନ୨୫୨୫ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାର ଜଣା ପଡିଲା. ଏହି ଗାଡିକୁ ପାରଳାଖେମୁଣ୍ଡିସ୍ଥିତ ଅବକାରୀ କାର୍ଯ୍ୟାଳୟକୁ ଅଣାଯିଵା ପରେ ଗାଡିର ବିଭିନ୍ନ ସ୍ଥାନରେ କୌଶଳକ୍ରମେ ଲୁଚା ଯାଇଥିବା ଗଞ୍ଜେଇ ଗୁଡିକୁ ବାହାର କରାଯାଇଥିବାର ଦେଖିବାକୁ ମିଳିଥିଲା. ଚାଲାଣକାରୀ ଜଣକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଡାମାରି ଗ୍ରାମର ପବିତ୍ର ଗୌଡ଼ ବୋଲି ଜଣା ପଡିଛି. ପବିତ୍ରକୁ ଗିରଫ କରାଯାଇଥିବାବେଳେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡିକୁ ମଧ୍ୟ ଜବତ କରାଯାଇଛି. ଜବତ ମୋଟ ୧୭୫ କେଜି ଗଞ୍ଜେଇର ମୂଲ୍ୟ ପ୍ରାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟ ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ.


