ଅବକାରୀ ବିଭାଗର ଚଢ଼ାଉ ବିପୁଳ ପରିମାଣର ମହୁଲି ଓ ପୋଚ ନଷ୍ଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପ୍ରସାଦ ଅଞ୍ଚଳର ଗଣ୍ଡାଧାର, ତାମନାଡ଼, ଲଣ୍ଡେଇହିଲ, କାଦୁଆ ପ୍ରଭୁତି ଅଞ୍ଚଳରେ ଚଢ଼ାଉ କରାଯାଇଛି ।ସେହିପରି ଭଞ୍ଜନଗର ଅଞ୍ଚଳର ମରାଟିସାହି, ନାହାତୁଠସାହିରେ ଚଢ଼ାଉ କରାଯାଇ ୭୨୦ ଲିଟର ଚୋରାରନ୍ଧା ଦେଶୀ ମଦ ଏବଂ ୫୮୦୦ କେଜି ଗୁଡ ମିଶ୍ରିତ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଏଥି ସହ ମଦ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ 8ଟି କେସ୍ ରୁଜୁ ହୋଇଥିବାବେଳେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ ସୂଚନା ଦେଇଛନ୍ତି ।ଏହି ଚଢ଼ାଉ ରେ ବ୍ରହ୍ମପୁର ଓ ଆସ୍କା ର ଅବକାରୀ ଅଧିକାରୀ ଓ ଭଞ୍ଜନଗର ଅବକାରୀ କର୍ମଚାରୀ ପ୍ରମୁଖମାନେ ସାମିଲ ଥିଲେ।