ଅବକାରୀ ବିଭାଗର ଚଢାଉ , ଦେଶୀ ମଦ ଜବତ,୨ ଗିରଫ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଶୋଇ ଅଂଚଳର ଘୁଟୁଗଡ ଏବଂ ବାଲିପୋଷୀ ଅଂଚଳରେ ଚଢାଉ କରାଯାଇ ୧୬ ଲିଟର ଦେଶୀ ରନ୍ଧା ମଦ ଜବତ,୧୮୪୦ କେଜି ପୋତି ନଷ୍ଟ,ରନ୍ଧା ସାମଗ୍ରୀ ଜବତ କରାଯିବା ସହ ମହିଳା ସମେତ ୨ ଜଣଙ୍କୁ ଗିରଫ କରାଯାଇଛି ।ଏଥିରେ ଅବକାରୀ ବିଭାଗ ଓଆଇସି ହରିହର ସିଂ, ବିଶୋଇ ଷ୍ଟାଫ୍ ସମ୍ବାରି ମାରାଣ୍ଡି,ଗୌତମ ଦେବ ମହାନ୍ତ,ସୁମନ୍ତ ମହାନ୍ତ, ଅମ୍ବିକା ନାଏକ,ସଚିପତି ମହାନ୍ତ,ବୁଦ୍ଧଦେବ ମହାନ୍ତ, ତ୍ରିବେଣୀ ମହାନ୍ତ ପ୍ରମୁଖ ସାମିଲ ଥିଲେ ।