ଅବକାରୀ ବିଭାଗର ଚଢାଉ : ୧୦ଲିଟର ଚୋରାମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବାଘୁଆମାଟି ଗ୍ରାମରେ ଚଢାଉ କରି ଚୋରାମଦ ବେପାରୀ ଭୋଳାନାଥ ଦାସଙ୍କ ଠାରୁ ୧୦ଲିଟର ଚୋରା ଦେଶୀମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ବାଗ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ