ଅବକାରୀ ବିଭାଗ ଚଢ଼ଉ,୨ ଗିରଫ
ଢେଙ୍କାନାଳ(ଜୁଗାବ୍ଦ ନ୍ୟୁଜ୍): ଢେଙ୍କାନାଳ ସାଧାରଣ ନିର୍ବାଚନରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ଦୀର୍ଘ ୩ଦିନ ନିମନ୍ତେ ସଂପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହେବା ପରେ ଅବକାରୀ ବିଭାଗର ଢେଙ୍କାନାଳ ଏବଂ କଟକର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ର ମିଳିତ ଚଢ଼ଉରେ ଢେଙ୍କାନାଳ କାଇମାଟି ପଞ୍ଚାୟତର କଇଁଶା ଗ୍ରାମରୁ ୫ହଜାର ଦେଶୀ ମଦ ପାଉଚ୍ ଯାହାର ପରିମାଣ ୧ହଜାର ଲିଟର ଏବଂ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତ ବିଜୟ କୁମାର ସାହୁ (୪୪) ଏବଂ ବିଶ୍ୱଜିତ୍ ସାହୁ (୨୮)ଙ୍କୁ ଗିରଫ୍ କରାଯାଇଛି । ୨ ଅଭିଯୁକ୍ତଙ୍କୁ ଓଡ଼ିଶା ଅବକାରୀ ଆଇନ୍ ୫୨ ଧାରା ଅନୁଯାୟୀ କୋର୍ଟଚାଲାଣ କରାଯାଇଛି । ଏହି ଚଢ଼ଉରେ ଅବକାରୀ ମୋବାଇଲ୍ ଇନ୍ସପେକ୍ଟର ସ୍କ୍ୱାଡ୍ର ବିନୋଦ ପଣ୍ଡା, ଢେଙ୍କାନାଳ ଅବକାରୀ ବିଭାଗର ଇନ୍ସପେକ୍ଟର ସମୀର କୁମାର ମହାନ୍ତି ଏବଂ ରାଜଶେଖର ସ୍ୱାଇଁ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।