ଅବକାରୀ ବିଭାଗ ତରଫରୁ ଚଢାଉ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ମୋବାଇଲ ଚେକିଂ ଚାଲିଥିଲା । ଏଥିରେ ରାଇରଙ୍ଗପୁର ଭାରାକ୍ରାନ୍ତ ଅବକାରୀ ଇନ୍ସପେକ୍ଟର ହରିହର ସିଂ ଙ୍କ ସହ ସିଦ୍ଧେଶ୍ୱର ନାଏକ, ସୁମନ୍ତ ମହାନ୍ତ, ତ୍ରିବେଣୀ ମହାନ୍ତ,ବିଦ୍ୟାଂଶୁ ପଣ୍ଡା ପ୍ରମୁଖ ସାମିଲ ହୋଇ ମୋବାଇଲ ଚେକିଂ କରିଥିଲେ । ଗୋରୁମହିଷାଣୀ ଥାନା ଅନ୍ତର୍ଗତ କାଲାଝରି ଗ୍ରାମ୍ୟ ରାସ୍ତାରେ ଜନୈକ ମଦ ମାଫିଆ ବିନା ଲାଇସେନ୍ସରେ ବାଇକ୍ ସହାୟତା ରେ ୨୭ ଲି ମଦ ନେଇ ଯାଉଥିବାବେଳେ ପିଛା କରିଥିଲେ ।ମଦ ମାଫିଆ ଜଣକ ପେଟ୍ରୋଲିଂ ଟିମକୁ ଦେଖି ଦୃତ ଗତିରେ ବାଇକ ଚଳାଇ କିଛି ଦୂରରେ ବାଇକ୍ ଛାଡି ଜଙ୍ଗଲ ଭିତରକୁ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲା ।ବାଇକରୁ ବିଭିନ୍ନ ଭେରାଇଟର ବିନା କାଗଜପତ୍ର ଥିବା ବିଦେଶୀ ମଦ ବୋତଲ ଆନୁମାନିକ ୨୭ ଲି ମଦ ଜବତ କରିବା ସହ ବାଇକ୍ ମଧ୍ୟ ଜବତ କରିଥିଲେ ‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ