ଅବକାରୀ ବିଭାଗ ଦ୍ଵାରା ୪୦ କିଲୋ ଗଞ୍ଜେଇ ସହ ସ୍କୁଟି ଓ ମୋଟର ସାଇକେଲ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲାର ଭୀମପୁର ଏବଂ ରାଣୀପେଣ୍ଠ ଗ୍ରାମ ଛକ ଠାରେ ପୃଥକ ଚଢଉ ବେଳେ ୪୦ କେଜି ଗଞ୍ଜେଇ ଜବତ କରିଥିବାର ଜଣାପଡିଛି । ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶର ପଲାସାକୁ ପ୍ରାୟ ୨୫ କିଲୋ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଭୀମପୁର ଗେଟ୍ ଠାରେ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ଗଞ୍ଜେଇ ସହ ଗୋଟିଏ ଟିଭିଏସ ସ୍କୁଟି ଗାଡିକୁ ଜବତ କରିଛି ଅବକାରୀ ଭ୍ରାମ୍ୟମାଣ ଟିମ୍ । ଏହି ଘଟଣାରେ ଗଞ୍ଜେଇ ଚାଲାଣକାରୀ ଡି. ବୁଲୁବୁଲୁ ଘଟଣାସ୍ଥଳରେ ଗିରଫ କରାଯାଇଛି । ସେହିପରି ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ଛକ ଠାରେ ଅବକାରୀ ବିଭାଗ ତରଫରୁ କୌଣସି ସୂତ୍ରରୁ ଖବର ପାଇ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଯାଞ୍ଚ କରି ୧୫ କେଜି ଗଞ୍ଜେଇ ଜବତ କରାଯିବା ସହ ଗଞ୍ଜେଇ ଚାଲାଣକାରୀ ଏସ୍.ଲିମ୍ମାକୁ ଗିରଫ କରାଯାଇ ଥିବାର ଜଣାପଡିଛି । ଘଟଣାରେ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଉଭୟ ସ୍ଥାନରେ ପୃଥକ ପୃଥକ ଭାବେ ଅବକାରୀ ଉପନିରିକ୍ଷକ ମଙ୍ଗଳ ଛତ୍ରିଆ ଏବଂ ପ୍ରକାଶ ସାହୁ ପୃଥକ ଭାବେ ଟିମ୍ ଗଠନ କରି ଚଢ଼ାଉ କରି ଗଞ୍ଜେଇ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାସହ ଗଞ୍ଜେଇ ଓ ସ୍କୁଟି ଏବଂ ମୋଟର ସାଇକେଲ ଜବତ କରିଥିବାର ଜଣାପଡିଛି । ଏନେଇ ୬୫/୨୩ ଏବଂ ୮୦/୨୩ରେ ପୃଥକ ଭାବେ ମାମଲା ରୁଜୁକରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ।