ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ;୧୫୬ ଲିଟର ମଦ ଜବତ,୧୦ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ୧୫୬ ଲିଟର ଦେଶୀ ମଦ ସହ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବ୍ରହ୍ମପୁର ଅବକାରୀ ଆଇଆଇସି ମିହିର କୁମାର ସେଠୀ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦାରିଙ୍ଗବାଡି ଥାନା ସିମନବାଡି ଗ୍ରାମର ପ୍ରଶାନ୍ତ ନାୟକ,ଗାରଗାବାଡିର ପୁନା ନାୟକ,ମାହାଡ଼ଗାଣ୍ଡାର ମାନରଞ୍ଜନ ନାୟକ,ସରଙ୍ଗଡ ଥାନା ଅନ୍ତର୍ଗତ ବନ୍ଦଗୁଡା ଗ୍ରାମର ଲକ୍ଷ୍ମୀ ସାହୁ, ପ୍ରଭାସିନି ସାହୁ, କୌତୁକ ସାହୁ, ବାଲିଗୁଡା ଥାନା ଅନ୍ତର୍ଗତ ସଲ୍ମାପଡା ଗ୍ରାମର ଲବ,କଣ୍ଟାପଡା ଗ୍ରାମର ଲଛମନ ନାୟକ,ଲଣ୍ଡାଗାଁର କୃଷ୍ଣ ଠେଲା ଓ ନୂଆଗାଁ ଥାନା ଚଣାପଦର ଗ୍ରାମର ମଞ୍ଜୁରୀ ପ୍ରଧାନ । ଏହି ଚଢ଼ାଉ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଚାଲିଥିଲା । ହେଲେ ସିମନବାଡି ଗ୍ରାମରେ ଚୋରାମଦ ଚଢ଼ାଉ କରିବା ପାଇଁ ଅବକାରୀ ବିଭାଗ ଆସିବା ସମୟ ପୂର୍ବରୁ ମଦ ବିକ୍ରୟ ଘରେ ତାଲା ପଡିଥିବାରୁ ଅବକାରୀ ବିଭାଗ ମାତ୍ର ଜଣକୁ ହିଁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ମାନେ ବର୍ତ୍ତି ଯାଇଥିଲେ । ଅବକାରୀ ବିଭାଗ ଆସିବା ପୂର୍ବରୁ ବିକ୍ରୟକାରୀମାନେ ଅବକାରୀ ବିଭାଗ ଆସିବା ଖବର କେମିତି ପାଇଲେ ତାହା ଏବେ ଅବକାରୀ ବିଭାଗର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରିଛି । ଚଢ଼ାଉ ସମୟରେ ଅବକାରୀ ଆଇଆଇସି ମିହିର ସେୀଠୀ, ଏଏସଆଇ ଜେ.କେ ନାୟକ, କନେଷ୍ଟେବଳ ସନ୍ତୋଷ ନାୟକ, ବଳରାମ ସ୍ୱାଇଁ, ବିବେକାନନ୍ଦ କ୍ଷେତୀ, ସୁବ୍ରତ ବେହେରା, ସୀତାରାଣୀ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ