ଅବକାରୀ ବିଭାଗ ପକ୍ଷରୁ ଚଡାଉ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ):ଭଦ୍ରକ ଜିଲ୍ଲା ଧାମନଗର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଳ ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା, କୋର୍କରା, ମଞ୍ଜୁରୀ ଓ ମୁଡ଼ାପଦା ଗ୍ରାମରେ ଚଢାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋର୍କରା ଗ୍ରାମର ମହେଶ୍ୱର ମହାଳିକ ଏବଂ ମୁଡ଼ାପଦା ଗ୍ରାମର ବବିତା ଜେନାଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।


