ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ; ଦୁଇଜଣ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆଜି ଦିନ ୧୦ଟା ସମୟରେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ନିଧିଆପଲି ଛକ ନିକଟରେ ବାଇକ ସହ ୨୦ଲିଟର ଦେଶୀ ରନ୍ଧା ମହୁଲି ସହ ଏକ ହୋଣ୍ଡା ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ମହୁଲି ଧରି ମୁଜାଗଡ଼ ଅଭିମୁଖେ ଆସୁଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଜାଗଡ଼ ଗ୍ରାମର କାକି ପ୍ରଧାନ ଓ ଚିତ୍ତରଞ୍ଜନ ସ୍ୱାଇଁ। ଏ ନେଇ ଭଞ୍ଜନଗର ଅବକାରୀ ଥାନାରେ କେସ ନମ୍ବର ୧୫/୨୦ ମାମଲା ରୁଜୁ କରାଯାଇଛି ଥିବା କହିଛନ୍ତି ଅବକାରୀ ଓଆଇସି ପାର୍ଥସାରଥୀ ରାଉତ। ଏହି ଚଢ଼ାଉ ରେ ଶିବ ଶଙ୍କର ଜେନା,N.ତ୍ରିପତି ରାଓ , ଜଗନ୍ନାଥ ମହାପାତ୍ର,କୃଷ୍ଣଚନ୍ଦ୍ର ସେଠୀ ଓ ସନାତନ ନାହାକ ପ୍ରମୁଖ ଚଢ଼ାଉ ରେ ସାମିଲ ହୋଇଥିଲେ