ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ତିନି ଗିରଫ ୨ବାଇକ ଜବତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରୋଡ ଛକ, ବାଉଁଶଲୁଣ୍ଡି ଛକ, ଉପେନ୍ଦ୍ର ଭଞ୍ଜ କଲେଜ ରାସ୍ତା ପ୍ରମୁଖ ସ୍ଥାନରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ହାତରନ୍ଧା ମଦ ଜବତ କରାଯିବା ସହ ମଦ ଚାଲାଣରେ ବ୍ୟବହାର ହେଉଥିବା ୨ଟି ମୋଟର ସାଇକେଲ କୁ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ଜଡିତ ତିନି ଜଣ ବେଲଗୁଣ୍ଠାର ରବୀନ୍ଦ୍ର ନାଥ ବେହେରା,ଲଣ୍ଡେଇ ସାହିର ଗଣେଶ ପ୍ରଧାନ ଓ ବଡ଼ବୋରସିଂ ର ଟୁନା ବେହେରାଙ୍କୁ ଗିରଫ କରାଯାଇ ଭଞ୍ଜନଗର ଅବକାରୀ ଥାନା କେସ ନମ୍ବର ୨୧-୨୩/୨୦ ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଥାନା ଅଧିକାରୀ ପାର୍ଥ ସାରଥୀ ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଅବକାରୀ କର୍ମଚାରୀ ସନାତନ ନାହାକ , N.ତ୍ରିପତି ରାଓ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ