ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ,୨୦ ଲିଟର ଦେଶୀ ମଦ ସହ ୮୦୦ କେଜି ପୋଚ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର କୁଦରସାହି ଗ୍ରାମ୍ୟ ଜଙ୍ଗଲରେ ରାଇରଙ୍ଗପୁର ଏବଂ ବହଳଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮୦୦ କେଜି ପୋତି ନଷ୍ଟ କରାଯାଇଥିବା ବେଳେ ୨୦ଲିଟର ଦେଶୀ ମଦ ଜବତ କରାଯାଇଛି ।ଏହି ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ଅଧିକାରୀ ହରିହର ସିଂ ନେତୃତ୍ୱ ନେଇଥିବା ବେଳେ ତାଙ୍କ ସହିତ ବହଳଦାର ଅବକାରୀ ଅଧିକାରୀ ଫକିର ବାବୁ, ଏଏସଆଇ ସିଦ୍ଧେଶ୍ୱର ନାୟକ, ଶମ୍ଭୁନାଥ ନାଏକ,ସଚିପତି ମହାନ୍ତ, ଅମ୍ବିକା ନାଏକ, କ୍ରିଷ୍ଣା ବିନ୍ଧାଣି,, ଚୁଡ଼ାମଣି ସିଂ,ବୁଦ୍ଧଦେବ ମହାନ୍ତ, ତ୍ରିବେଣୀ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ । ମଦ ମାଫିଆମାନେ ଅବକାରୀ କର୍ମଚାରୀଙ୍କୁ ଦେଖି ଚମ୍ପଟ ମାରିଥିଲେ ଅବକାରୀ ବିଭାଗ ପକ୍ଷରୁ ୩୯/୨୦ ଏକ ମାମଲା କେଶ ରୁଜୁ କରାଯାଇଛି ।