ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ବନ୍ତ ଅଞ୍ଚଳରେ ଚଢ଼ାଉ କରାଯାଇ ଏକ ହଜାରରୁ ଉର୍ଦ୍ଧ୍ୱ ପରିମାଣର ଦେଶୀ ମଦ ସହ ବ୍ୟବହୃତ ୨ ଗାଡି ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଜଣକୁ ଗିରଫ କରାଯାଇଛି । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସ, ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ମଙ୍ଗଳବାର ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଟିମ୍ ଗଭରପୁର ଗ୍ରାମ ଠାରେ ପେଟ୍ରୋଲିଂ କରୁଥିବା ବେଳେ ହାଟଡିହୀ ପାଶ୍ୱର୍ରୁ ଆସୁଥିବା ବୋଲେରୋ(ଓଆର୍‌-୨୨ସି-୪୯୮୭) ଓ ଟାଟା ଇଣ୍ଡିଗୋ କାର୍‌(ଓଆର୍‌-୦୨-ବିବି-୭୬୮୮) କୁ ସନ୍ଦେହରେ ଅଟକାଇଥିଲେ । ସେଥି ମଧ୍ୟରେ ଥିବା ୧୪ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଗଭରପୁର ଗ୍ରାମର ପ୍ରଭାତ କୁମାର ବିଶ୍ୱାଳଙ୍କୁ ଗିରଫ୍ କରାଯାଇଛି । ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି । ଏହି ଚଢ଼ାଉରେ ସହକାରୀ ଉପ ନିରୀକ୍ଷକ ରମେଶ ନାୟକ, ଦୀପକ ରାଉତ, କନେଷ୍ଠବଳ ଅଜିତ କୁମାର ସିଂଙ୍କୁ, ରୁଦ୍ର ନାରାୟଣ ଦାସ, ସୁଦର୍ଶନ ପଲେଇ, ଜେମାମଣୀ ଜାମୁଡ଼ା, ଶୁଭ୍ରାମିନି ଦାସ ସାମିଲ ଥିଲେ । ଏନେଇ ଅବକାରୀ ଥାନାରେ ୨ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ