ଅବକାରୀ ବିଭାଗ ପକ୍ଷରୁ ବାଦାମ ପାହାଡ଼ ଅଂଚଳରେ ଚଢାଉ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ତରଫରୁ ଶୁକ୍ରବାର ଦିନ ବାଦାମପାହାଡ଼ ବନାଞ୍ଚଳର ପାଣ୍ଡୁଗୋଣ୍ଡି,ଦୁଧିଝରଣ ଏବଂ ଚଉନାରଡିହି ଅଂଚଳରେ ଚଢାଉ କରି ୫୬ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ୧୬୦୦କେଜି ପୋତି ନଷ୍ଟ କରିବାସହ ରନ୍ଧା ସାମଗ୍ରୀ ଜବତ କରାଯାଇଛି।ପାଣ୍ଡୁଗୋଣ୍ଡି ଗ୍ରାମର ସୁନିଲ ପୂର୍ତି(୩୩)ଙ୍କ ପାଖରୁ ୧୨ ଲି,ଦୁଧିଝରଣ ଗ୍ରାମର ପିଥ ମାଝି(୪୦)ପାଖରୁ ୧୪ ଲି ଏବଂ ଚଉରନାଡିହି ଜଙ୍ଗଲ ମଧ୍ୟରେ ଚଢାଉ କରି ୩୦ଲିଟର ଦେଶୀ ରନ୍ଧା ଜବତ କରାଯାଇଛି ।ଏହି ଘଟଣାରେ କେଶ ନଂ୧୧୬/୨୦ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିରେ ରାଇରଙ୍ଗପୁର ଅବକାରୀ ବିଭାଗ ଓଇସି ହରିହର ସିଂ ଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ