ଅବକାରୀ ବିଭାଗ ପକ୍ଷରୁ ୧୫୦ଲିଟର ଦେଶୀ ମଦ ଜବତ
କଳାହାଣ୍ଡି:ଅବକାରୀ ବିଭାଗ ପକ୍ଷରୁ ଚଢାଉ, ବିପୁଳ ପରିମାଣରେ ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ।ଲକଡାଉନ ସମୟରେ ମଦ ଦୋକାନ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁ ମାତ୍ରାରେ ମଦ ବିକ୍ରି ଚାଲିଛି।ଆଜି ଜୟପାଟଣା ଅବକାରୀ ସୁରେନ୍ଦ୍ର ମୁଣ୍ଡା ଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କୁଆଡ ଗଠନ କରି ଚଡାଉ କରାଯାଇଥିଲା।ଚଡାଉ ରେ ପ୍ରାୟ ୧୫୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ବହୁ ମାତ୍ରାରେ ମହୁଲ ପୋଚ ନଷ୍ଟ କରାଯାଇଥିବା ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି। ଚଢ।ଉ ବେଳେ ମଦ ତିଆରି କରୁଥିବା କେତେ ବ୍ୟକ୍ତି ଦୌଡ଼ି ପଳେଇ ଥିବା ବେଳେ ତାଙ୍କର ଦୁଇ ବାଇକ କୁ ଜବତ କରାଯାଇଥିବା ଜଣାପଡିଛି।


