ଅବକାରୀ ବିଭାଗ ଶୋଇଛି : ପୋଲିସ ଚେଇଁଛି

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌): କୋଦଳା ଥାନା ଅର୍ନ୍ତଗତ ଚନ୍ଦନପୁର ପଂଚାୟତର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ମଦ ପୋଚ କରିବା ସହ ବେଆଇନ ମଦ ବିକ୍ରି କରୁଥିବା ବେଳେ କୈାଣସି ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ କୋଦଳା ଥାନାଅଧିକାରୀ ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀରଂଜନ ବେହେରାଙ୍କ ସମେତ ପୋଲିସ ଟିମ୍ ମିଳିତ ଭାବରେ ଅଚାନକ ଚଢାଉ କରି ୧୫୦ ଲିଟର ମଦ ଜବତ କରିବା ସହ ୫୦ ହଜାର ଲିଟର ପୋଚ ନଷ୍ଟ କରିବା ସହ ବିଭିନ୍ନ ସଂରଞ୍ଜାମକୁ ମଧ୍ୟ ନଷ୍ଟ କରାଯାଇଛି । ଅନ୍ୟ ପଟେ ମଦ୍ୟପ ଅସାଧୁ ବେପାରୀ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ । ଅନ୍ୟ ପଟେ ବେଗୁନିଆପଡା ଅଂଚଳର ପାନ ସପ ମାନଙ୍କରେ ମଧ୍ୟ ଖୁଲମଖୁଲା ମଦ ପାଉଚ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ବେଗ୍‌ୁନିଆପଡା ଫାଣ୍ଡି ଠାରୁ ତିରିଡା ଯିବା ରାସ୍ତାରେ ମଦ୍ୟପ ମାନଙ୍କର ଦୈାରାତ୍ମ୍ୟ କରୁଥିବା ଯୋଗୁଁ ମହିଳା,ଯୁବତୀ ଓ ଜନସାଧାରଣ ସେହି ରାସ୍ତା ଦେଇ ଯିବାକୁ ନିଜକୁ ସୁରକ୍ଷିତ ମଣିପାରୁନାହାନ୍ତି । ସେହିପରି ବିଭିନ୍ନ ସ୍ଥାନରେ ମଦ୍ୟପ ମାନଙ୍କର ଦୈାରାତ୍ମ୍ୟ ଦେଖିବାକୁ ମିଳିଛି । ଚୋରା ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଧରିବା ନିମନ୍ତେ ପୋଲିସ ତରଫରୁ ବିଭିନ୍ନ ସମୟରେ ଚଢାଉ କରି ମଦ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ବେଳେ ଅବକାରୀ ବିଭାଗର ନିଘା ନାହିଁ । ପୋଲିସ ତରଫରୁ ଚଢାଉ କରି ପୋଚ ନଷ୍ଟ କରିବା ସହ ମଦ ଜବତ କରିଥିବା କାରଣରୁ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ