ଅବକାରୀ ମନ୍ତ୍ରୀଙ୍କ ସହ ରାଇରଙ୍ଗପୁର ପୌରପରିଷଦର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ରାଇରଙ୍ଗପୁର ଗସ୍ତରେ ଆଜି ପହଞ୍ଚିଛନ୍ତି । ରାଇରଙ୍ଗପୁର ରାଜସ୍ୱ ବିଭାଗ ଡାକ ବଙ୍ଗଳା ପରିସରରେ ରାଇରଙ୍ଗପୁର ପୌର ପାରିଷଦର ସଦସ୍ୟମାନେ ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତଦସହ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର‌ ବିକାଶ ପାଇଁ ଆଲୋଚନା କରିଥିଲେ । ସୁଲାଇପାଟ ଖଡଖାଈ ନଦୀବନ୍ଧ ,ବାଙ୍କବଳ ନଦୀବନ୍ଧ ,ନେସା ନଦୀବନ୍ଧ ନିକଟରେ ପର୍ଯ୍ୟଟନ ବିକାଶ, ନସ୍କରିଆ ଶୈବପୀଠ, ଜଳେଶ୍ଵର ବାବା, ଶୈବପୀଠ, ଯୋଗେଶ୍ୱର ବାବା ଶୈବପୀଠ, ବହଳଦା କୀଚକେଶ୍ବଶ୍ୱରୀ ମନ୍ଦିର, ରଘୁନାଥ ଜୀଉ ମଠର ବିକାଶ, ପର୍ଯ୍ୟଟନ ଆଶ୍ରୟସ୍ଥଳୀ, ବଡବନ୍ଧ, ରାଣୀ ବନ୍ଧ ପାରିପାର୍ଶ୍ବିକ ବିକାଶ, ଛଟଘାଟ, ଅଶ୍ରୁଘାଟୀ ଜଳପ୍ରପାତ ବିକାଶ, ବାବା ଐଶ୍ୱାନେଶ୍ୱର ଶୈବପୀଠ ବିକାଶ, ମାଙ୍କିଡିଘାଟୀ ସାଧନା ପୀଠର ବିକାଶ, ପୂର୍ଣେଶ୍ଵର‌ମନ୍ଦିର,ପାଖଣାପାଟ ବିକାଶ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଥିଲେ । ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌର ଉପାଧ୍ୟକ୍ଷା ସ୍ମିତା ଚୌଧୁରୀ, ମହିଳା ଜିଲ୍ଲା ନେତ୍ରୀ ତନୁଜା ମହାନ୍ତ, କାଉନସିଲ ର ପୂର୍ଣ୍ଣିମା ମହାନ୍ତ, ସରୋଜ ବେହେରା, ହୋଇଲେ ମହାନ୍ତି ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ