ଅବତାର ଉଦଘୋଷଣା ଦିବସ ପାଳିତ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌):ସତ୍ୟସାଇ ସଂଗଠନ ପକ୍ଷରୁ ଅବତାର ଉଦଘୋଷଣା ଦିବସ ଭଂଜନଗର ଠାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର ମାସ ୨୦ ତାରିଖ ଦିନ ସମଗ୍ର ବିଶ୍ୱରେ ଏହି ଦିବସ ପାଳିତ ହୋଇଥାଏ। ଆଜି ୮୦ ତମ ଦିବସ ଜିଲ୍ଲସ୍ତରୀୟ ଏଠାରେ ପାଳନ ହୋଇଛି । ଏଥିରେ ଭଂଜନଗର ସମେତ ବେଲଗୁଣ୍ଠା, ବୁଗୁଡା, ପୋଲସରା, ସୋରଡା,ଆସିକା ଆଦି ଅଂଚଳର ହଜାର ସଂଖ୍ୟକ ସାଇଆଶ୍ରିତ ଏଥିରେ ଅଂଶଗ୍ରହଣ କରିଥିଲେ । ଭଂଜନଗର ସତ୍ୟସାଇ ବିଦ୍ୟାବିହାର ଠାରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଯୋଡିଶଙ୍ଖ, ଦଶଅବତାର ଭଳି ବିଭିନ୍ନ ପଟୁଆର ସହିତ ବିଭିନ୍ନ ବାଦ୍ୟଯନ୍ତ୍ର ରେ ସହର ପରିକ୍ରମା ହୋଇଥିଲା । ସତ୍ୟସାଇ ସଂଗଠନ ର ଜିଲ୍ଲା ସଭାପତି ପ୍ରତାପ କୁମାର ସ୍ୱାଇଁ କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଭଂଜନଗର ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଶ୍ୱେତପତ୍ର ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ସଂଧ୍ୟାରେ ବେଦଗାନ ପରେ ବିଭିନ୍ନ ସ୍ଥାନରୁ ଆସିଥିବା ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ