ଅବନୀକାନ୍ତ ଦାଶ ବିରିଡ଼ି ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତ

ଜଗତସିଂହପୁର ( ଅଭିଷେକ ତ୍ରିପାଠୀ) – ଜଗତସିଂହପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଇ° ସମିତ୍ କୁମାର ଲେଙ୍କା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନକୁ ଆଖିରେ ରଖି ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳରେ ଛାତ୍ର ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିରିଡ଼ି ବ୍ଲକ ପାଇଁ ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ତଥା ଡିଜିଟାଲ ସେକ୍ରେଟାରୀ ଅବନୀକାନ୍ତ ଦାଶଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଶ୍ରୀ ଦାଶ ତାଙ୍କର ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ , ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ